ପାଟଣା (ଏଟିଆର ବ୍ୟୁରୋ): ଓଡିଶାର ଅନ୍ୟତମ ପର୍ଯ୍ୟଟନ ସ୍ଥଳି ଭାବେ ଜଣାଶୁଣା ଭୀମକୁଣ୍ଡ ଜଳ ପ୍ରପାତରେ ନିର୍ମିତ ହୋଇଛି ୱାଚ ଟାୱାର । ଆଜି ଏହି ୱାଚ ଟାୱାରଟିକୁ ଲୋକାର୍ପିତ କରାଯାଇଛି । ଏହି ଅବସରରେ ହଜାର ହଜାର ସଂଖ୍ୟାକ ପର୍ଯ୍ୟଟକ ଉପସ୍ଥିତ ରହିବା ସହ ୱାଚ ଟାୱାର ଉପରୁ ଭୀମକୁଣ୍ଡର ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରିଥିଲେ । କେନ୍ଦୁଝର ଜିଲ୍ଲା ପାଟଣା ତହସିଲ ଡୁମୁରିଆ ଅଞ୍ଚଳରେ ରହିଥିବା ପର୍ଯ୍ୟଟନସ୍ଥଳୀ ଭୀମକୁଣ୍ଡକୁ ହଜାର ହଜାର ପର୍ଯ୍ୟଟନ ବୁଲିବାକୁ ଯାଇଥାନ୍ତି ।
ତେବେ ପର୍ଯ୍ୟଟକମାନେ ଯେପରି ଏଠାକୁ ଆସିବା ସହ ପ୍ରକୃତିକ ସୌନ୍ଦର୍ଯ୍ୟର ଉପଭୋଗ କରିପାରିବେ ସେଥିପାଇଁ ଏହି ଟାୱାରଟି ନିର୍ମାଣ କରାଯାଇଛି । ଏକ କୋଟିରୁ ଉଦ୍ଧ ଟଙ୍କା ବ୍ୟୟ ଅଟକଳରେ ରୁଙ୍ଗଟା କମ୍ପନୀ କମ୍ପାନୀ ପକ୍ଷରୁ ଏହି ପ୍ରକଳ୍ପ ନିର୍ମିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପାଟଣା ବିଧାୟକ ଜଗନ୍ନାଥ ନାଏକ, କେନ୍ଦୁଝର ଜିଲାପାଳ ଆଶିଷ ଠାକ୍ରେ, ରୁଙ୍ଗ୍ଟା କମ୍ପାନୀ ସିନିୟର ଭାଇସ୍ ପ୍ରେସିଡେଣ୍ଟ ଆର. ଅଗ୍ରୱାଲ, ପାଟଣା ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ନାଏକ, ବିଡିଓ ଈଶ୍ୱର ଚନ୍ଦ୍ର ନାଏକ, ଜିଲା ପର୍ୟ୍ୟଟନ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ତହସିଲଦାର ଶିବପ୍ରସାଦ ମୁର୍ମୁ ପ୍ରମୁଖ ଉପସ୍ଥିତ ରହିଥିଲେ।