ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ଅଭିନିତ ଫିଲ୍ମ ‘ଶକୁନ୍ତଳା ଦେବା’ ବକ୍ସ ଅଫିସରେ ନିଜର କମାଲ ଦେଖାଇଛି । ତେବେ ବିଦ୍ୟା ଫିଲ୍ମରେ ନିଜର ଅଭିନୟ ପାଇଁ ଯେତିକି ଚର୍ଚ୍ଚା ରେ ରହିଥିଲେ ତାହା ଠାରୁ ଅଧିକ ସେ ଫିଲ୍ମ ରିଲିଜ ହେବା ପୂର୍ବରୁ ପିନ୍ଧି ଥିବା ଶାଢି ପାଇଁ ଚର୍ଚ୍ଚାରେ ରହିଥିଲେ । କାରଣ ବିଦ୍ୟା ବାଲାନ ଫିଲ୍ମ ରିଲିଜ ପୂର୍ବ ଦିନ ପିନ୍ଧିଥିବା ସମ୍ବଲପୁରୀ ବାନ୍ଧ ‘ଶ୍ରୀଗଣିତ ଶାଢି’ ବୁଣାକାରଙ୍କ ପ୍ରଶଂସା କରିଥିଲେ ।
ଏହାପରେ ଏହି ଶାଢିକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଥିଲା । ତେବେ ବିଦ୍ୟା ଶାଢିଟି ପିନ୍ଧିବା ପରେ ଫେରାଇ ଦେଇଥିଲେ । ଏହି ଶାଢିଟି ସେଠାରୁ ଆସିବା ପରେ ଏହାକୁ କିଣିବା ପାଇଁ ବହୁ ମହିଳାଙ୍କର ଆଗ୍ରହ ପ୍ରକାଶ କରିଥିଲେ । ଏତେ ସଂଖ୍ୟାକ ମହିଳାଙ୍କର ଆଗ୍ରହ ଦେଖି ଶାଢିଟିର ନିଲାମ କରିବାକୁ ନିଷ୍ପତ୍ତି ହୋଇଥିଲା । ତେବେ ଶେଷରେ ବିଦ୍ୟା ପିନ୍ଧିଥିବା ଶାଢିଟିକୁ ୫୫ହଜାର ଟଙ୍କାରେ ନିଲାମ କରାଯାଇଥିବା ବେଳେ ଏହି ଶାଢିଟିକୁ ଜଣେ ଓଡିଆ ଛାତ୍ରୀ କିଣିଛନ୍ତି । ଛାତ୍ରୀ ଜଣକ ହେଲେ ଦିବ୍ୟାଂଶୀ ମିଶ୍ର। ସେ ଗ୍ବାହାଟି ଆଇଆଇଟିରେ ପଢ଼ୁଛନ୍ତି।
ଏହି ଶାଢିଟିର ନିଲାମ ପ୍ରକ୍ରିୟା ଅଗଷ୍ଟ ୧୫ ତାରିଖରେ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୦ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ଚାଲିଥିଲା । ଏହି ଶାଢୀକୁ କିଣିବା ପାଇଁ ଇଚ୍ଛୁକ ଥିବା ମହିଳାମାନେ ‘ଗୁଗୁଲ ଫର୍ମସ’ରେ ଆବେଦନ କରିଥିଲେ । ତେବେ ଶାଢି ବିକ୍ରିର ସମସ୍ତ ଅର୍ଥ ଏହାର ବୁଣାକାର ଭାଗବତ ମେହେରଙ୍କୁ ପ୍ରଦାନ କରାଯିବ ବୋଲି ସାବତ ଏକ୍ସପୋର୍ଟ ପ୍ରାଇଭେଟ୍ ଲିମିଟେଡ୍ର ନିର୍ଦ୍ଦେଶିକା ଅନିତା ସାବତ ଓ ଅମ୍ରିତା ସାବତ ସୂଚନା ଦେଇଥିଲେ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024