ଭୁବନେଶ୍ୱର(ଏଟିଆର ବ୍ୟୁରୋ): ସେସୁ ବିଦ୍ୟୁତ କାଟିବା ନେଇ ଦେଇଥିବା ଡେଡ ଲାଇନ ଆଜି ଶେଷ ହେଉଛି । ଆଜିଠାରୁ ଯେଉଁ ଉପଭୋକ୍ତୋ ବିଦ୍ୟୁତ ପୈଠ ନକରିଛନ୍ତି ସେମାନଙ୍କ ବିଦ୍ୟୁତୁ ସରବରାହ କାଟିବ ବୋଲି ସେସୁ ଘୋଷଣା କରିଛି । ସୂଚନା ଅନୁସାରେ ପ୍ରଥମ ପର୍ଯ୍ୟାୟରେ ବ୍ୟବସାୟିକ ପ୍ରତିଷ୍ଠାନ ଓ ପରେ ଏସି , ଚାରିଚକିଆ ଗାଡି ବ୍ୟବହାର କରୁଥିବା ଲୋକଙ୍କୁ ଟାର୍ଗେଟ କରାଯିବ ବୋଲି ସୂଚନା ମିଳିଛି ।
ସୂଚନା ଅନୁସାରେ ୮ ଲକ୍ଷ ୯୫ ହଜାରରୁ ଅଧିକ ବିଦ୍ୟୁତ ପୈଠ କରିନଥିବା ଗ୍ରାହକଙ୍କ ଉପରେ ୧୪ ଶହ ୯୪ କୋଟି ଟଙ୍କା ବକେୟା ବିଲ ପଡି ରହିଛି । ବିଦ୍ୟୁତ ସଂଯୋଗ କାଟିବା ପାଇଁ ୯ ଟି ଜିଲ୍ଲାରେ ୪୧୩ ଟି ସ୍କ୍ୱାଡକୁ ଦାୟିତ୍ୱ ଦିଆଯାଇଛି । ତେବେ କେବଳ ଯେଉଁମାନେ ବିଦ୍ୟୁତ ବିଲ ପୈଠରେ ଖିଲାପ କରିଥିବେ ସେମାନଙ୍କ ବିଦ୍ୟୁତ ସଂଯୋଗ କାଟିଦେବା ପାଇଁ ନିଷ୍ପତ୍ତି ହୋଇଥିବା ସେସୁର ସିନିୟର ମ୍ୟାନେଜର ମନୋଜ ସିଂ ସୂଚନା ଦେଇଛନ୍ତି । ଅନ୍ୟପଟେ ସେସୁର ଏହି ନିଷ୍ପତ୍ତିକୁ ଉଭର ବିଜେପି ଓ କଂଗ୍ରେସ ବିରୋଧ କରି ଆସୁଛନ୍ତି । ଆଗକୁ ମାଟ୍ରିକ ପରୀକ୍ଷା ଓ ଯୁକ୍ତ ୨ ପରୀକ୍ଷା ରହିଥିବାରୁ ସେସୁ ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରୁ ବୋଲି ଉଭୟ ବିଜେପି ଓ କଂଗ୍ରେସ ଦାବି କରିଛନ୍ତି ।