ମୁମ୍ବାଇ (ଏଟିଆର ବ୍ୟୁରୋ); ପରଦାକୁ ଆସିବା ପରେ ଏବେ ତାନାଜୀ ବକ୍ସ ଅଫିସରେ ଧୁମ ମଚାଉଛି । ସମସ୍ତଙ୍କ ନଜର ଦୀପିକାଙ୍କ ଛପାକ ଉପରେ ରହିଥିବା ବେଳେ ଏବେ ବାଜି ମାରି ନେଉଛି ତାନାଜୀ । ଏବେ ଫିଲ୍ମ ୧୦୦ କୋଟି ବକ୍ସ ଅଫିସରେ ସାମିଲ ହୋଇ ସାରିଛି । ସବୁଠାରୁ ବଡ କଥା ହେଲା ଏବେ ହରିୟାଣାରେ ଏହି ସିନେମାକୁ ଟ୍ୟାକ୍ସ ଫ୍ରି କରି ଦିଆଯାଇଛି । ଉଭୟ ଦୁଇଟି ଯାକ ସିନେମା ସତ୍ୟ ଘଟଣାକୁ ନେଇ ଆଧାରିତ ହୋଇଛି ।
ଛପାକ ଏସିଡ ଆଟାକ ପିଡୀତା ଲକ୍ଷ୍ମୀ ଅଗ୍ରୱାଲଙ୍କ ଜୀବନ କାହାଣୀକୁ ନେଇ ନିର୍ମାଣ କରାଯାଇଥିବାଳ ବେଳେ ତାନାଜୀ ଜଣେ ଯୋଦ୍ଧାଙ୍କ ଜୀବନ କାହାଣୀକୁ ନେଇ ନିର୍ମାଣ କରାଯାଇଛି । ପ୍ରଥମରୁ ଛପାକ ବିବାଦରେ ରହିଥିବାରୁୂ ଆଶା କରାଯାଉଥିଲା ଛପାକ ଭଲ କଲେକ୍ସନ କରିବ ବୋଲି । ଯାହା ଫଳରେ ତାନାଜୀ ଉପରେ ପ୍ରଭାବ ପଡିବ । ମାତ୍ର ଏବେ ପୁରା ଓଲଟା ଦେଖିବାକୁ ମିଳୁଛି । ତାନାଜୀ ରିଲିଜ ପୂର୍ମରୁ ଯେତିକି ଚର୍ଚ୍ଚାରେ ନଥିଲା ଏବେ ରିଲିଜ ହେବା ପରେ ତା ଠାରୁ ଅଧିକ ଚର୍ଚ୍ଚାରେ ରହିଛି ।