ନୂଆଦିଲ୍ଲୀ (ଏଟିଆର ବ୍ୟୁର): ଭାରତୀୟ କ୍ରିକେଟ ଖେଳାଳୀ ମାନଙ୍କର ବାର୍ଷିକ କଣ୍ଟ୍ରାକ୍ଟ ତାଲିକା ଗୁରୁବାର ବିସିସିଆଇ ପକ୍ଷରୁ ଜାରି କରାଯାଇଛି । ଅକ୍ଟୋବର ୨୦୧୯ ରୁ ସେପ୍ଟମ୍ବର ୨୦୨୦ ପାଇଁ ଜାରି କରାଯାଇଥିବା ତାଲିକାରେ ବାଦ୍ ପଡିଛନ୍ତି ମହେନ୍ଦ୍ର ସିଂ ଧୋନୀ ।
ଏହି ତାଲିକାରୁ ପୂର୍ବତନ କ୍ୟାପ୍ଟେନ ମହେନ୍ଦ୍ର ସିଂଙ୍କୁ ବାହାର କରିବା ପରେ ଧୋନୀଙ୍କ ସନ୍ୟାସ ନେବା ଖବର ଏବେ ପୁଣି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଗତବର୍ଷ ଧୋନୀଙ୍କୁ ଏ ଗ୍ରେଡ୍ ର କଣ୍ଟ୍ରାକ୍ଟ ମିଳିଥିଲା । ମାତ୍ର ଏଥର ଏହି ତାଲିକାରୁ ଧୋନୀ ନାଁକୁ କଟାଯାଇଛି ।
କଣ୍ଟ୍ରାକ୍ଟ ତାଲିକାରେ ପ୍ରଥମ ଥର ପାଇଁ ନବଦୀପ ସ୍ୟାନି, ମୟଙ୍କ ଅଗ୍ରୱାଲ, ଶ୍ରେୟସ ଆୟର ଏବଂ ଦୀପକ ଚାହରଙ୍କ ନାଁ ସାମିଲ କରାଯାଇଛି ।