ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜି ଭୁବନେଶ୍ୱର ସ୍ଥିତ ଇଡକଲ ଅଡିଟୋରିୟମ ଠାରେ ତୈଳ ଓ ପ୍ରାକୃତିକ ଗ୍ୟାସ ସରଂକ୍ଷଣ ପାଇଁ ସଚେତନତା ଉତ୍ସବ ଉଦଘାଟିତ ହୋଇଯାଇଛି । ଏହି ଉତ୍ସବ ପେଟ୍ରୋଲିୟମ ସରଂକ୍ଷଣ ଗବେଷଣା ସଂସ୍ଥା ଓ ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ଅଧିନରେ ଥିବା ଉଦ୍ୟୋଗମାନଙ୍କ ଦ୍ୱାରା ଆୟୋଜିତ କରାଯାଇଥିଲା । ସକ୍ଷମର ମୂଳ ଉଦ୍ଦେଶ୍ୟ ହେଉଛି, ସାଧାରଣ ଲୋକ ମାନଙ୍କୁ ତୈଳ ଓ ପ୍ରାକୃତିକ ଗ୍ୟାସ ସରଂକ୍ଷଣର ଆବଶ୍ୟକତା ଓ ଏହାର ଉଚିତ ବ୍ୟବହାର ବିଷୟରେ ସଚେତନତା କରାଇବା । ଆଜି ଠାରୁ ଫେବୁୟାରୀ ୧୫ ପର୍ଯ୍ୟନ୍ତ ଦୁଇଟି ଗାଡି ଏହି ବାର୍ତ୍ତା ନେଇ ଓଡିଶାର ସମସ୍ତ ରାଜ୍ୟରେ ବୁଲିବ ।
ଏହି ଏକ ମାସ ଭିତରେ ତୈଳ ଓ ଉଦ୍ୟୋଗ ସଂସ୍ଥା ମିଳିତ ଭାବେ ଗାଡି ଚାଳନା ଅଭ୍ୟାସ ଓ ତୈଳ ସରଂକ୍ଷର ପାଇଁ ଚାଳକ ମାନଙ୍କୁ ସଚେତନ କରାଇବା ସହ ମହିଳା ମାନଙ୍କ ପାଇଁ ରୋଷେଇ ଶାଳାରେ କିପରି ଗ୍ୟାସ ସଂରକ୍ଷଣ କରିବେ ସେନେଇ କର୍ମଶାଳା କରାଯିବ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗ ଦେଇ ସକ୍ଷମକୁ ଉଦଘାଟନ କରିବା ସହ ରାଜ୍ୟବ୍ୟାପି ସଚେତନତା ବାତ୍ତାକୁ ନେଇ ବୁଲି ବାକୁ ଥିବା ଗାଡିକୁ ସବୁଜ ପତକା ଦେଖାଇଥିଲେ । ଏହି ଅବସରରେ ଅତିଥି ଭାବେ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡର ଜିଏମ ଦେବୀ ପ୍ରସାଦ ଶତପଥି, ଅଭୟଙ୍କର, ଅରୁନ କୁମାର ବୋଥରା, ରାଜ ରାଇନା ଆଦି ଉପସ୍ଥିତ ଥିଲେ । ଅତିଥି ମାନେ ନିଜ ନିଜ ଭାଷଣରେ କିଭଳି ଭାବେ ତୈଳ ଓ ପ୍ରାକୃତିକ ଗ୍ୟାସ ସଂରକ୍ଷଣ କରାଯାଇ ପାରିବ ସେନେଇ ଅଲୋକପାତ କରିଥିଲେ ।