ମୁମ୍ବାଇ ( ଏଟିଆର ବ୍ୟୁରୋ): ୨୧ ଦିନ ପାଇଁ ପାରୋଲରେ ଆସି ନିଖୋଜ ହୋଇଯାଇଛନ୍ତି ୧୯୯୩ ମୁମ୍ବାଇ ଆକ୍ରମଣର ଦୋଷୀ ଜଲିସ ଅନସାରୀ । ଅନସାରୀ ଉକ୍ଟର ବମ ନାମରେ ପରିଚିତ । ସାରା ଦେଶରେ ୫୦ ଟି ବୋମା ବିଷ୍ପୋରଣ ମାମଲାରେ ତାଙ୍କର ସଂମ୍ପୃକ୍ତ ରହିଛି । ୧୯୧୯୩ ମସିହା ମାର୍ଚ ୧୨ ତାରିଖରେ ହୋଇଥିବା ସିରିଜ ବୋମା ବିଷ୍ପାରଣ ୨୫୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା । ଏହି ମାମଲାରେ ରାଜସ୍ଥାନ ଆଜମେର କେନ୍ଦ୍ରୀୟ କାରାଗାରରେ ଆଜିବନ ଜେଲ ଭୋଗୁଥିଲା ।
ତାଙ୍କୁ ଏଇ ନିକଟରେ ୨୧ ଦିନ ପାଇଁ ପାରୋଲରେ ଛଡା ଯାଇଥିଲା । ସେ ପ୍ରତିଦିନ ୧୦ ଟାରୁ ୧୨ ଟା ମଧ୍ୟରେ ଅଗ୍ରୀପଡା ଥାନାରେ ଦେଖା କରିବା ପାଇଁ ନିର୍ଦେଶ ରହିଥିଲା । ମାତ୍ର ଶୁକ୍ରବାର ଦିନ ଅନସାରୀ ଆଉ ଥାନାରେ ଉପସ୍ଥିତ ହୋଇନଥିଲେ । ପରେ ତାଙ୍କ ପୁଅ ବାପା ନିଖୋଜ ହୋଇଯାଇଥିବା ଅଭିଯୋଗ କରିଛନ୍ତି । ପୋଲିସ ଏବେ ଅନସାରୀକୁ ପାଇବା ପାଇଁ ସ୍ୱତନ୍ତ୍ର ଟିମ ଗଠନ କରି ତଲାସୀ ଆରମ୍ଭ କରିଛି । ପୁଅଙ୍କ କହିବା ଅନୁସାରେ ବାପା ନମାଜ ପଢିବାକୁ ଯାଇଥିବା ବେଳେ ହଠାତ କେଉଁଆଡେ ଅନ୍ତର୍ଧାନ ହୋଇଯାଇଥିଲେ । ଆଉ ଘରକୁ ଫେରି ନାହାନ୍ତି ।