ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସିରିଡି ସାଇବାବାଙ୍କ ଜନ୍ମସ୍ଥାନକୁ ନେଇ ବିବାଦ । ସାଇବାବାଙ୍କ ଜନ୍ମସ୍ଥାନ ରୂପେ ପରଭଣୀ ଜିଲ୍ଲାର ପାଥରୀ ଗାଁକୁ ମାନ୍ୟତା ଦେଇଛନ୍ତି ମହାରାଷ୍ଟ୍ର ସରକାର । ସରକାରଙ୍କ ପକ୍ଷରୁ ଗାଁର ବିକାଶ ପାଇଁ ୧୦୦ କୋଟି ଟଙ୍କା ବି ଜାରି କରାଯାଇଛି । ମାତ୍ର ଏହାକୁ ସିରିଡିର ଗାଁ ଲୋକ ବିରୋଧ ପ୍ରଦର୍ଶନ କରିଛନ୍ତି । କେବଳ ଏତିକି ନୁହେଁ ସେମାନଙ୍କ କହିବାନୁଯାୟୀ ସାଇବାବାଙ୍କ ଧର୍ମ ଏବଂ ତାଙ୍କ ଜନ୍ମସ୍ଥାନକୁ ନେଇ କୌଣସି ସଠିକ୍ ପ୍ରମାଣ ନାହିଁ । ଇତିମଧ୍ୟରେ ରବିବାରଠାରୁ ମନ୍ଦିର ଅନିଶ୍ଚିତକାଳ ପାଇଁ ବନ୍ଦ ହେବାର ଆଶଙ୍କା ମଧ୍ୟ ରହିଛି ।
ସାଇବାବାଙ୍କ ଜନ୍ମସ୍ଥାନକୁ ନେଇ ଉପୁଜିଥିବା ବିବାଦ ଏହା ପ୍ରଥମ ଥର ହୋଇନାହିଁ । ଏହାପୂର୍ବରୁ ବି ଏନେଇ ବିବାଦ ଉପୁଜିଛି । ପାଥରୀକୁ ସାଇବାବାଙ୍କ ଜନ୍ମସ୍ଥାନ କୁହାଯାଉଥିବା ବେଳେ ସେହିପରି ସିରିଡିକୁ ସାଇଙ୍କ କର୍ମସ୍ଥାନ ବୋଲି କୁହାଯାଏ ।