ପ୍ୟାରିସ (ଏଟିଆର ବ୍ୟୁରୋ): ଫ୍ରାନ୍ସର ଦକ୍ଷୀଣପନ୍ଥି ‘ନ୍ୟାସନାଲ ରାଲି’ ପାର୍ଟିର ନେତା ମରିନ ଲେ ପେନ୍ ୨୦୨୨ ର ରାଷ୍ଟ୍ରପତି ନିର୍ବାଚନ ଲଢିବା ପାଇଁ ଆଧିକାରିକ ରୂପେ ଘୋଷଣା କରିଛନ୍ତି ।
ମିଡିଆ ରିପୋର୍ଟ ମୁତାବକ, ମରିନ୍ ଗଣମାଧ୍ୟମକୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇବା ସହ କହିଛନ୍ତି କି ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ପ୍ରାର୍ଥୀ ହେବାକୁ ନେଇ କୌଣସି ସନ୍ଦେହ ନାହିଁ ।
ସେ କହିଛନ୍ତି, ମୋ ପ୍ରୋଜେକ୍ଟ ରାଷ୍ଟ୍ରୀୟ ଏକତା ଆଡକୁ ବଢିବା, ଏକ ମହାନ ଏକିକୃତ ପରିଯୋଜନା ଯାହା ଫ୍ରାନ୍ସିସକୁ ଏକାଠି କରିପାରିବ ।
ଆଶାୟୀପ୍ରାର୍ଥୀ ହେବାର ଏହି ନିଷ୍ପତି ଜିତିବାର ମୋ ଇଛା ଉପରେ କୌଣସି ସନ୍ଦେହ କୁ ଦର୍ଶାଉ ନାହିଁ । ରାଷ୍ଟ୍ରପତି ଇମ୍ୟାନୁଏଲ ମ୍ୟାକ୍ରୋଂ ନିଜେ ଅଭିଯାନ ଚଲାଇଛନ୍ତି, ମୁଁ ତାଙ୍କୁ ଏକୁଟିଆ ଲଢିବାକୁ ଦେବି ନାହିଁ ।