ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଦୁର୍ଘଟଣା ହ୍ରାସ ପାଇଁ କେନ୍ଦ୍ର ସରକାର ନୂଆ ମୋଟର ଯାନ ଆଇନ ଗତ ସେପ୍ଟେମ୍ବର ମାସରୁ ପୁରା ଦେଶରେ ଲାଗୁ କରିଛନ୍ତି । ହେଲେ ଓଡ଼ିଶାରେ ରାଜ୍ୟ ସରକାର ଲୋକଙ୍କୁ ନିଜ ଗାଡିର କାଗଜ ପତ୍ର କରିବାକୁ ବା ସଜାଡିବାକୁ ଦୁଇ ଦୁଇ ଥର ତିନି ମାସ ଲେଖାଏଁ ସମୟ ଦେଇସାରିଲେଣି ।
ଏହାପରେ ମଧ୍ୟ ଲୋକ ଟ୍ରାଫିକ ନିୟମକୁ ବହୁ ଯାଗାରେ ଖୋଲା ଖୋଲି ଭାବେ ଉଲଘଂନ କରୁଛନ୍ତି । ସବୁ ପ୍ରକାର ଚେଷ୍ଟା ପରେ ମଧ୍ୟ ଲୋକମାନେ ଚେତୁନାହାନ୍ତି ।
ବର୍ତ୍ତମାନ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଟ୍ରଫିକ ନିୟମ କଡାକଡି ନେଇ ପୁଣି ଥରେ ଚେତାବନି ଦେଇଛନ୍ତି । ଏଣିକି ବାଇକ ପଛରେ ବସଚଥିବା ଆରୋହୀ ଓ ବାଇକ ଚଳାଉଥିବା ବ୍ୟକ୍ତି ଉଭୟଙ୍କ ପାଇଁ ହେଲମେଟ ପିନ୍ଧିବା ବାଧ୍ୟତା ମୂଳକ ବୋଲି ପରିବହନ ମନ୍ତ୍ରୀ ଚେତାଇ ଦେଇଚନ୍ତି ।
ରାଜ୍ୟ ସରକାରଙ୍କ ଟାଫିକ ନିୟମ କୋହଳ ୩ମାସର ପରିବର୍ଦ୍ଧିତ ଅବଧି ଶେଷ ହେବା ମାତ୍ରେ ହିଁ ପୁଣି ଜୋରଦାର ଲାଗୁ ହେବ ନୂଆ ମୋଟର ଯାନ ଆଇନ । ଏହାପରେ ନିୟମ ଉଲଘଂନ କଲେ କଟିବ ମୋଟା ଅଙ୍କର ଚାଲାଣ ।