ମୁମ୍ବାଇ(ଏଟିଆର ବ୍ୟୁରୋ): ଭାରତୀୟ ଅଲରାଉଣ୍ଡର ବାପୁ ନାଡକର୍ଣ୍ଣିଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା । ସେ ୧୯୫୫ ମସିହାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିଲ୍ଲୀ ଠାରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳି ନିଜର କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ । ବାପୁ ନାଡକର୍ଣ୍ଣି ଭାରତ ପାଇଁ ୪୧ ଟି ଟେଷ୍ଟ ମ୍ୟାଚ ଖେଳି ୧୪୧୪ ରନ କରିଥିବା ବେଳେ ୮୮ ଟି ୱିକେଟ ନେଇଥିଲେ । ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଥିଲା ୪୩ ରନ ଦେଇ ୬ ଟି ୱିକେଟ ନେବା ।
Very sad to hear about the demise of Shri Bapu Nadkarni. I grew up hearing about the record of him bowling 21 consecutive maiden overs in a Test. My condolences to his family and dear ones.
Rest in Peace Sir🙏. pic.twitter.com/iXozzyPMLZ— Sachin Tendulkar (@sachin_rt) January 17, 2020
ଇଂଲଣ୍ଡ ବିପକ୍ଷରେ ଏକ ଟେଷ୍ଟ ମ୍ୟାଚରେ ସେ ୨୧ ଓଭର ମେଡେନ ନେଇ ରେକର୍ଡ କରିଥିଲେ । ନାଡକର୍ଣ୍ଣି ଜଣେ ବାମହାତୀ ବ୍ୟାଟ୍ସମ୍ୟାନ ଓ ସ୍ପିନର ଥିଲେ । ସେ ୧୯୧ ଟି ପ୍ରଥମ ଶ୍ରେଣୀର ମ୍ୟାଚ ଖେଳି ୫୦୦ ଟି ୱିକେଟ ନେଇ ଥିବା ବେଳେ ୮୮୮ହ ରନ କରିଥିଲେ । ନାଡକର୍ଣ୍ଣି ତାଙ୍କ ଶେଷ ମ୍ୟାଚ ୧୯୬୮ ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିଥିଲେ । ତାଙ୍କ ମୃତ୍ୟୁ ନେଇ ସଚିନ ତେନ୍ଦୁଲକର ଟ୍ୱିଟ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।