ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଫିଲିପାଇନ୍ସ ଭାରତଠାରୁ ଭାରତର ସବୁଠାରୁ ଶକ୍ତିଶାଳୀ ସୁପୋରସୋନିକ ମିସାଇଲ ବ୍ରହ୍ମୋସ୍ କିଣିବାକୁ ଯାଉଛି । ବ୍ରହ୍ମୋସ୍ ଏରୋସ୍ପେସର ମୁଖ୍ୟ ମହାପ୍ରବନ୍ଧକ ପ୍ରବୀଣ ପାଠକଙ୍କ ସୁଚନା ଅନୁସାରେ ଖୁବ ଶୀଘ୍ର ଭାରତ ଓ ଫିଲିପାଇନ୍ସ ମଧ୍ୟରେ ଚୁକ୍ତି ହେବାକୁ ଯାଉଛି ।
ଭାରତ ଓ ଋଷିଆ ପରେ ଫିଲିପାଇନ୍ସ ତୃତୀୟ ଦେଶ ଭାବେ ଏହି ଶକ୍ତିଶାଳୀ ସୁପରସୋନିକ କ୍ରୁଜ୍ ମିସାଇଲ କୁ ହାତେଇବାକୁ ଯାଉଛି । ଭାରତରୁ ବ୍ରହ୍ମୋସ କିଣିବା ପାଇଁ କେବଳ ଫିଲିପାଇନ୍ସ ନୁହେଁ ଇଣ୍ଡୋନେସିଆ, ଭିଏତନାମା ଭଳି ଦେଶ ଗୁଡିକ ମଧ୍ୟ ଆଗ୍ରହ ପ୍ରକାଶ କରିଛନ୍ତି ।
ଫିଳିପାଇନ୍ସ ଭାରତଠାରୁ ଏହି ମିସାଇଲ କିଣିବା ମାମଲାରେ କେବଳ ଗୋଟିଏ ମାତ୍ର ପ୍ରତିବନ୍ଧକ ଥିଲା ଋଷିଆର ଅନୁମତି । ଋଷିଆ ଓ ଚୀନ ମଧ୍ୟରେ ସାମରିକ ରାଜିନାମା ଥିବାରୁ ଚୀନର ଶତ୍ରୁ ଦେଶକୁ ମିସାଇଲ ବିକିବାକୁ ନେଇ ଭାରତକୁ ଋଷିଆର ଅନୁମତି ଦରକାର ଥିଲା । ମାତ୍ର ଏଥିପାଇଁ ଋଷିଆ ଏବେ ଅନୁମତି ପ୍ରଦାନ କରିସାରିଛି ।