(ରିପୋର୍ଟ: ସୀତାଞ୍ଜଳି ଜେନା)
ମୁମ୍ବାଈ: ବଲିଉଡର ଜଣେ ପୋଖତ କଳାକାର ହେଉଛନ୍ତି ଗୋବିନ୍ଦା । ସେ ଏକାଧାରାରେ ଜଣେ ଅଭିନେତା, ନୃତ୍ୟକାର, ହାସ୍ୟକାର, ଏବଂ ରାଜନେତା ମଧ୍ୟ । ଚିଚି ଭାଇ ନାମରେ ସେ ବେଶ ଜଣାଶୁଣା । ତାଙ୍କର ଅଭିନୟ ଏବଂ ଡ୍ୟାନ୍ସ ପାଇଁ ସେ ଦର୍ଶକମାନଙ୍କ ପାଖରୁ ଅନେକ ଭଲ ପାଇବା ସାଂଉଣ୍ଟିଛନ୍ତି । ନିଜର କମେଡି ଜରିଆରେ ଜଲୱା ଦେଖାଇବା ଲାଗି ପୁଣିଥରେ ପରଦାକୁ ଫେରୁଛନ୍ତି ଗୋବିନ୍ଦା ।
ଖୁବ୍ ଶୀଘ୍ର ପହଲାଜ ନେହଲାନିଙ୍କ ଦ୍ୱାରା ନିର୍ମିତ ଫିଲ୍ମ ‘ରାଜୁ ରଙ୍ଗୋଲି’ରେ ଗୋବିନ୍ଦାଙ୍କୁ ତିନୋଟି ଭୂମିକାରେ ଅଭିନୟ କରୁଥିବାର ଦେଖିବାକୁ ମିଳିବ । ଫିଲ୍ମର ସୁଟିଂ ଆରମ୍ଭ ହୋଇଛି । ଏଥିରେ ତିନୋଟି ନୂତନ ହିରୋଇନଙ୍କୁ ଏଂଟ୍ରି କରାଯାଇଛି ବୋଲି ଶୁଣିବାକୁ ମିଳୁଛି ।
ଫିଲ୍ମଟି ୧୧ ମେ’ରେ ରିଲିଜ୍ ହେବାକୁ ଯାଉଛି । ଏହାର ନର୍ଦ୍ଦେଶନା ଦେଇଛନ୍ତି ଅଭିଶେକ ଡୋଙ୍ଗରା । ସେ କହିଛନ୍ତି ଯେ, “ପୂର୍ବରୁ ଗୋବିନ୍ଦାଙ୍କ ସହ କାମ କରିବାକୁ ଚାହୁଁଥିଲି । ପ୍ରଥମଥର ପାଇଁ ମୁଁ ତାଙ୍କ ସହ କାମ କରିବାକୁ ଯାଉଛି । ଏହି ଫିଲ୍ମରେ ଗୋବିନ୍ଦାଙ୍କୁ ତାଙ୍କ ପୂର୍ବ ଅବତାରରେ ଦେଖିବାକୁ ମିଳିବ ।”