ଦଶପଲ୍ଲା (ଏଟିଆର ବ୍ୟୁରୋ): ଦଶପଲ୍ଲା ସବ ଜେଲରେ ଜଣେ ବିଚାରଧୀନ କଏଦୀର ମୃତ୍ୟୁ ହୋଇଛି । ଗତକାଲି ରାତିରେ ଏହି ଅଘଟଣ ଘଟିଛି । ମୃତ କଏଦୀଙ୍କ ନାମ କୃଷ୍ଣ ପାତ୍ର ବୋଲି ଜଣା ପଡିଛି । ତାଙ୍କ ଘର ବାଣିଗଛରେ । ଜଣେ ସମ୍ପର୍କୀୟଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ ସେ ବିଚାରଧିନ କଏଦୀ ଭାବେ ଦଶପଲ୍ଲା ସବଜେଲରେ ରହୁଥିଲେ ।
ତାଙ୍କ ସ୍ତ୍ରୀ ମଧ୍ୟ ଏହି ମାମଲାରେ ଜେଲରେ ବିଚାରଧୀନ ବନ୍ଦୀ ଭାବେ ରହୁଛନ୍ତି । ଗତକାଲି ବିଳମ୍ବିତ ରାତିରେ କୃଷ୍ଣ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଦଶପଲ୍ଲା ଜେଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ଆଜି ମୃତ ଘୋଷଣା କରିଛନ୍ତି । ଖବର ପାଇ ଡାକ୍ତର ଓ ତଅସିସଲଦାର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।