ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସକାଳୁ ଚା’ କପ୍ ଟେ ନହେଲେ ଅଳସ ଭାଙ୍ଗେ ନାହିଁ । ଖାସ୍ କରି ଶୀତଦିନେ ଯଦି ଅଦା ଚା’ ମିଳିଯାଏ ତେବେ ମୁଡ୍ ପୂରା ଫ୍ରେସ୍ ହୋଇଯାଇଥାଏ । କିନ୍ତୁ ଆପଣ କେବେ ପିଆଜ ଚା’ ବିଷୟରେ ଜାଣିଛନ୍ତି କି? ଆଜ୍ଞା ହଁ ପିଆଜ ଚା’ ସ୍ୱାସ୍ଥ୍ୟ ପାଇଁ ଅମୃତ ସମ୍ମାନ । ଏହାକୁ ସେବନ କରିବା ଦ୍ୱାରା ଅନେକ ରୋଗରୁ ମୁକ୍ତି ମିଳିଥାଏ ।
ପିଆଜ ଚା’ ତିଆରି କରିବାର ବିଧି: ସର୍ବପ୍ରଥମେ ଆପଣ ପାଣିକୁ ଗରମ କରି ସେଥିରେ ପିଆଜ ପକାଇ ଦିଅନ୍ତୁ । ସେହି ଉଷୁମ ପାଣିରୁ ପିଆଜକୁ କାଢି ନେଇ ସାଧା ପାଣି କପରେ ପିଆଜକୁ ଛୋଟ ଛୋଟ କରି କାଟି ପକାଇ ଦିଅନ୍ତୁ । ଏଥିରେ ଗ୍ରୀନ୍ ଟି ବ୍ୟାଗ୍ ଏବଂ ଲେମ୍ବୁ ରସ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ । ଏହାପରେ ଏହାକୁ ଛାଣିକି ସେଥିରେ ମହୁ ମିଶାଇ ଦିଅନ୍ତୁ ।
ପିଆଜ ଚା’ ସେବନର ଫାଇଦା:
ହାଇପରଟେନସନ୍: ନିୟମିତ ପିଆଜ ଚା’ ସେବନ କରିବା ଦ୍ୱାରା ହାଇପରଟେନସନ୍ ଦୂର ହୋଇଥାଏ । ଏହାସହିତ ଏହା ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ ।
ଅନିଦ୍ରା: ପିଆଜ ଚା’ ଦ୍ୱାରା ଶରୀରର ଥକାପଣ ଦୂର ହୁଏ ଏବଂ ନିଦ ବି ଭଲ ହୁଏ ।
ସଂକ୍ରମଣ: ପିଆଜରେ ଭିଟାମିନ୍ ସି ବ୍ୟତିତ ଅନେକ ଔଷଧୀୟ ଗୁଣ ରହିଛି, ଯାହା ବାହ୍ୟ ସଂକ୍ରମଣକୁ ଦୂର କରି ଥଣ୍ଡା କାଶରୁ ରକ୍ଷା କରିଥାଏ ।
କୋଲିନ୍ କ୍ୟାନ୍ସର: କର୍କଟର କଣିକାକୁ ବୃଦ୍ଧି ହେବାରେ ରୋକିଥାଏ ପିଆଜ ଚା’ । ଏହାଦ୍ୱାରା କୋଲିନ୍ କ୍ୟାନ୍ସର ବିପଦକୁ ରୋକା ଯାଇପାରେ ।
ମଧୁମେୟ: ପିଆଜ ଚା’ ଗ୍ଲୁକୋଜ୍ ସ୍ତରକୁ ଭଲ ରଖିଥାଏ । ଏହା ଇଂସୁଲିନ୍ ରେଜିଟେଣ୍ଟକୁ ବଢାଇଥାଏ ।