ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଧୁନିକ ଯୁଗରେ ଲୋକେ ଘରେ ବସି ବାହାରୁ ଖାଦ୍ୟ ଅର୍ଡର କରି ଖାଇବାକୁ ପସନ୍ଦ କରିଥାନ୍ତି । ଜୋମାଟୋ, ଉବେର ଇଟସ୍ , ସ୍ୱିଗୀ ଭଳି ଅନେକ ସଂସ୍ଥା ଆସି ଘରେ ଘରେ ଖାଦ୍ୟ ଯୋଗାଇଥାନ୍ତି । କିନ୍ତୁ ଆଜି ଠାରୁ ଆଉ ଉବେର ଇଟସ ଘରକୁ ଯାଇ ଖାଦ୍ୟ ଡେଲିଭର କରିବ ନାହିଁ ।
କାରଣ ଉବେର ଇଟସ ଇଣ୍ଡିଆର ସମସ୍ତ ସେୟାରକୁ ଜୋମାଟୋ କିଣି ନେଇଛି । ପ୍ରାୟ ୨୫୦୦କୋଟି ଟଙ୍କାରେ ଜୋମାଟୋ ଉବେରକୁ କିଣିଛି । କାର କମ୍ପାନୀ ଉବେର ଦ୍ୱାରା ପରିଚାଳନା ହେଉଥିବା ଫୁଡ ଡେଲିଭରି କମ୍ପାନୀର ୧୦୦ ପ୍ରତିଶତ ଶେୟାରରୁ ଏବେ ଉବେର ପାଖରେ ମାତ୍ର ୯.୯ ପ୍ରତିଶତ ଶେୟାର ଅଛି । ଯାହାର ଅର୍ଥ ଉବେରକୁ କିଣିଛି ଜୋମାଟୋ । ସୂଚନାନୁଯାୟୀ, ଉବେର ଏକ ପରିବହନ ସେବା ସଂସ୍ଥା । ଅନ୍ୟପଟେ ଭାରତରେ ଜୋମାଟୋର ଭଲ ବ୍ୟବସାୟ ହେଉଥିବାର ଦେଖି ଉବେର ସମାନ ବ୍ୟବସାୟ ଆରମ୍ଭ କରିଥିଲା କିନ୍ତୁ ଭଲ ବ୍ୟବସାୟ ନହେବାରୁ ତାକୁ କ୍ଷତି ସହିବାକୁ ପଡିଥିଲା ।
ସେପଟେ ଜୋମାଟୋର ପ୍ରମୁଖ ଦୀପେନ୍ଦ୍ର ଗୋୟଲ କହିଛନ୍ତି , ଜୋମାଟ ସମ୍ପର୍ଣ୍ଣ ଦେଶରେ ୫୦୦ଟି ସହରରେ ଖାଦ୍ୟ ଡେଲିଭରି କରିବ । ଜୋମାଟୋକୁ ତାର ବ୍ୟବସାୟର ପ୍ରସାର କରିବା ପାଇଁ ଆଣ୍ଟି ଫାଇନାନ୍ସ ପାଖାପାଖି ୧୫୦୦ ମିଲିୟନ ଡଲାର ଧନରାଶି ଦେଇଛି । ତେବେ କମ୍ପାନୀର ଏବେ ବଜାରରେ ମୂଲ୍ୟ ୩ ବିଲିୟନ ଡଲାର ରହିଛି । ତେଣୁ ଏବେ ଆପଣ ଯଦି ଉବେରରେ ଖାଦ୍ୟ ଅଡର କରିବେ ତେବେ ଏହା ସିଧାସଳକ ଜୋମାଟକୁ ଚାଲିଯିବ । ଏବଂ ଆପଣଙ୍କ ଘରେ ଜୋମାଟୋ ଖାଦ୍ୟ ଡେଲିଭରି କରିବ ।