ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆତଙ୍କ ଖେଳାଇଛି ମହାମାରୀ କରୋନା । ଏବେ ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହା ଚିନ୍ତାର ବିଷୟ ପାଲଟିଛି । ଭାଇରସକୁ ନିୟନ୍ତ୍ରଣ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ କୋଭିଡ ଟେଷ୍ଟ ବ୍ୟବସ୍ଥାକୁ ଅଧିକ ସମ୍ପ୍ରସାରିତ କରିବା ନେଇ ଯୋଜନା କରିଛି ଭୁବନେଶ୍ୱର ମହାନଗର ପ୍ରଶାସନ । ସେଥିପାଇଁ ଆଜିଠାରୁ ଭୁବନେଶ୍ୱରର ୯ଟି ସ୍ୱାସ୍ଥ୍ୟକେନ୍ଦ୍ରରେ କରୋନା ଟେଷ୍ଟ ପାଇଁ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି ।
ଏଣିକି ଲୋକେ ସହରର ଏହି ୯ ଟି ହସ୍ପିଟାଲକୁ ଯାଇ କରୋନା ଟେଷ୍ଟ କରିପାରିବେ । ତେବେ ସେହି ୯ ଟି ସେଣ୍ଟର ହେଉଛି ୟୁନିଟ ୩, ନିଳାଦ୍ରୀ ବିହାର, ୟୁନିଟ ୮, ପୋଖରୀପୁଟ, ୟୁନିଟ ୯, ପଟିଆ, ଡୁମଡୁମା, ସହିଦନଗର ଏବଂ ୟୁନିଟ୪ । ଏଠାରେ ରାପିଡ ଆଣ୍ଟିଜେନ୍ ଟେଷ୍ଟ କରାଯିବ । ଏଠାକୁ ଲୋକେ ସକାଳ ୮ଟାରୁ ଦିନ ୨ ଟା ମଧ୍ୟରେ ଆସି ଟେଷ୍ଟ କରାଇପାରିବେ ।