ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସବୁବେଳେ ନିଜ ତୁଣ୍ଡ ପାଇଁ ଚର୍ଚ୍ଚାରେ ଥିବା ଦାମବାବୁ ଏବେ ବି ବିଜେଡିକୁ ଭଲ ପାଉଛନ୍ତି । ଏନେଇ ସେ ଏକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତିି ଯଦି ନବୀନ ବାବୁ ଚାହିଁବେ ସେ ପୁଣି ବିଜେଡିକୁ ଫେରିବେ ସିଧାସଳଖ ନହେଲେ ବି ଏମିତି କିଛି ବଙ୍କେଇ ଟଙ୍କେଇ କହିଛନ୍ତି ଦାମବାବୁ । ଏମିତିକି ସେ ନବୀନ ବାବୁଙ୍କ ବିରୋଧୀ ନୁହେଁ ବୋଲି ମଧ୍ୟ କହିଛନ୍ତି ।
ଦାମ ବାବୁଙ୍କ ଏହି ପ୍ରତିକ୍ରିୟା ପରେ ଏଇ କିଛିଦିନ ହେଲା ଚର୍ଚ୍ଚାରୁ ଦୂରେଇଥିବା ଦାମବାବୁଙ୍କୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ସାଧାରଣରେ ଚର୍ଚ୍ଚା ହେଉଛି ପୁଅ ସମ୍ବିତ ଏବେ ପାରାଦୀପର ବିଧାୟକ ଥିବାରୁ ଆଉ କିଛି ଅଡୁଆ କରିବାକୁ ଚାହୁଁ ନାହାନ୍ତି ବୋଧେ ଦାମବାବୁ । ଆଗକୁ ପୁଅର ଲମ୍ବା କ୍ୟାରିଅର ଥିବାରୁ ବୋଧେ ବିଜେଡି ଆଗରେ ନରମି ଯାଉଛନ୍ତି ଦାମ ବାବୁ ବୋଲି ଶୁଣିବାକୁ ମିଳୁଛି ।