ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ଆତଙ୍କ ରାଜ ଖେଳାଇଥିବା ଦୁର୍ବୃତ୍ତ ମାନଙ୍କ ମଧ୍ୟରୁ ତିନିଜଣଙ୍କର ନା’ରେ ଲାଗିଲା ଏନଏସଏ । ଏହି ତିନି ଅଭିଯୁକ୍ତଙ୍କ ନାମରେ ଜାତୀୟ ସୁରକ୍ଷା ଆଇନ ଅନୁଯାୟୀ ମାମଲା ରୁଜୁ ହୋଇଛି । କମିଶନରେଟ ପୋଲିସ ପକ୍ଷରୁ ଏନଏସଏ ଲାଗିଥିବା ଅଭିଯୁକ୍ତମାନେ ହେଲେ ଚନ୍ଦନ ଦାଶ, ବିଶ୍ୱନାଥ ପ୍ରଧାନ ଓ ପ୍ରତ୍ୟୁଷ କହଁର । ଅନ୍ୟପଟେ ପୂର୍ବରୁ ହି ଘଟଣାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କ ନାଁରେ ସର୍ବସାଧାରଣରେ ହିଂସା, ଆଇନ ଶୃଙ୍ଖଳା ଭଙ୍ଗ ଭଳି ସଙ୍ଗୀନ ଦଫା ଲାଗିଛି । ସେମାନଙ୍କ ନାଁରେ ଦଙ୍ଗା ମାମଲା ରୁଜୁ ହୋଇଛି ।
ବର୍ତ୍ତମାନ ସୁଦ୍ଧା ୨୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି ୧୫ରୁ ଅଧିକ ନାବାଳକ। ସୂଚନାନୁଯାୟୀ, ଗତ ଜାନୁଆରୀ ୧୦ତାରିଖ ଦିନ ଯେଉଁଭଳି ଭାବେ ସଂନ୍ଧ୍ୟା ସମୟରେ କିଛି ଯୁବକ ମାର୍କେଟ ବିଲ୍ଡିଂ ମଧ୍ୟକୁ ପ୍ରବେଶ କରିଥିଲେ ଓ ସେଠାରେ ସେମାନଙ୍କ ଆଗରେ ଯାହା ଦୋକାନ ପଡିଲା ମନଇଚ୍ଛା ଭାଙ୍ଗିଚାଲିଥିଲେ । ଖାଲି ଦୋକାନ ଭାଙ୍ଗୁନଥିଲେ, ସାମ୍ନାରେ ଯିଏ ଆସିଲା ତାକୁ ମଧ୍ୟ ପିଟି ଚାଲିଥିଲେ । ଏଥିରେ ୨ ଜଣ ପୋଲିସ କର୍ମଚାରୀଙ୍କ ସହ ୧୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଦୋକାନର ସରଞ୍ଜାମ ଭଙ୍ଗାରୁଜା କରିଥିଲେ । ଦୁର୍ବୃତ୍ତଙ୍କ ମାଡରେ ଆହତ ଦୋକାନୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସମାନ୍ୟ ଜିନିଷ କିଣାକୁ ନେଇ ଏହି ଭଳୀ ହିଂସା ଘଟାଇଥିବା ଦୁର୍ବୃତ୍ତମାନେ କହିଛନ୍ତି ।