ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଓଡିଆ ସେନାଧିକାରୀ ଲେଫ୍ଟନାଣ୍ଟ ଜେନେରାଲ ସି.ପି. ମହାନ୍ତି ହେଲେ ଦକ୍ଷିଣାଞ୍ଚଳ ସେନା କମାଣ୍ଡର ଭାବେ ନିଯୁକ୍ତି ମିଳିଛି । ସେ ଲେଫ୍ଟନାଣ୍ଟ ଜେନେରାଲ ଏସ. କେ ସାଇନିଙ୍କ ସ୍ଥାନରେ ଦ୍ୱାୟିତ୍ୱ ଗ୍ରହଣ କରିଛନ୍ତି । ତାଙ୍କୁ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରୱଣେ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି । ସି. ପି ମହାନ୍ତି ହେଉଛନ୍ତି ଦ୍ୱିତୀୟ ଓଡିଆ ଯେ କି ଭାରତୀୟ ସେନାର କମାଣ୍ଡର ଭାବେ ଦାୟିତ୍ୱ ସମ୍ଭାଳିବେ । ପାକିସ୍ତାନ ଓ ଏଲଓସି ସୀମାରେ ଅପରେସନ ସହିତ ଆସାମରେ ଅନୁପ୍ରବେଶ ବିରୋଧୀ ମୁକାବିଲା କରିବାରେ ତାଙ୍କର ପୁର୍ବରୁ ଅଭିଜ୍ଞତା ରହିଛି ।
ପୂର୍ବରୁ ସେ ଲେଫ୍ଟନାଣ୍ଟ କଲୋନେଲ ଜେ. କେ. ଉହାନ୍ତି କମାଣ୍ଡର ହୋଇଥିଲେ । ଗତକାଲି କେନ୍ଦ୍ର ସରକାର ସଦର୍ଣ୍ଣ ସହ ନୂଆ ନଦର୍ଣ୍ଣ ଆର୍ମି କମାଣ୍ଡରଙ୍କୁ ମଧ୍ୟ ନିଯୁକ୍ତି ଦେଇଛନ୍ତି । ନଦର୍ଣ୍ଣ ଆର୍ମି କମାଣ୍ଡର ଭାବେ ଲେଫ୍ଟନାଣ୍ଟ ଜେନେରାଲ ୱାଇ. କେ ଯୋଶୀଙ୍କୁ ନିଯୁକ୍ତି ମିଳିଛି । କାର୍ଗିଲ ଯୁଦ୍ଧରେ ଚୌଧୁରୀଙ୍କ ବାଟାଲିଅନ ପଏଣ୍ଟ ୪୮୭୫ ସହ ୪ଟି ଆକ୍ରମଣରେ ସଫଳତା ପାଇଥିଲା । ଏଥିଲାଗି ତାଙ୍କୁ ପରମ ବୀର ଚକ୍ରରେ ସମ୍ମାନିତ କରାଯାଇଛି ।