ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚଳିତ ବର୍ଷ କରୋନା ମହାମାରୀ ପାଇଁ ସବୁ କିଛି ପ୍ରଭାବିତ ହୋଇଛି । ଦେଶରେ ଶିକ୍ଷାଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ବ୍ୟବସ୍ଥା ସବୁ କିଛି ପ୍ରଭାବିତ ହୋଇଛି । ତେବେ ଛାତ୍ରଛାତ୍ରୀମାନଙ୍କର ଶିକ୍ଷା ବ୍ୟବସ୍ଥାକୁ ସୁଧାରିାବ ପାଇଁ ସରକାର ନିଜର ସମସ୍ତ ପ୍ରୟାସ ଆରମ୍ଭ କରିଦେଇଛନ୍ତି । ଅନ୍ୟପଟେ ଚଳିତବର୍ଷ ହେବାକୁ ଥିବା NEET ଏବଂ JEE ପରୀକ୍ଷାକୁ ଆସନ୍ତା ସେପ୍ଟେମ୍ବର ୧ରୁ ଆରମ୍ଭ ହୋଇ ୧୩ ସେପ୍ଟେମ୍ବର କରାଯିବାକୁ ସ୍ଥିର କରାଯାଇଛି । ତେବେ କରୋନା ମହାମାରୀ ସମୟରେ ପରୀକ୍ଷା ନକରାଇବା ପାଇଁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା । ତେବେ ଆଜି ସୁପ୍ରିମକୋର୍ଟ ଏହା ଉପରେ ଶୁଣାଣି କରି ଏହି ଆବେଦନକୁ ଖାରଜ କରିଛନ୍ତି । ଏହାସହ ପରୀକ୍ଷା ହେବା ପାଇଁ ନିଜର ଗ୍ରୀନ ସିଗନାଲ ଦେଇଛନ୍ତି । ଜଷ୍ଟିସ ଅରୁଣ ମିଶ୍ରଙ୍କ ତ୍ତୃତ୍ୱାଧୀନ ବେଞ୍ଚ ମେଡିକାଲ ପ୍ରବେଶିକା ପରୀକ୍ଷା NEETଏବଂ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା JEE ମେନ୍ସକୁ ସ୍ଥଗିତ ରଖିବା ଆବେଦନକୁ ଖାରଜ କରିଦେଇଛନ୍ତି । ସୁପ୍ରିମକୋଟ ବିଚାରପତି ଦେଶର ସବୁକିଛି ବନ୍ଦ କରାଯିବା ଉଚିତ କି? କାହିଁକି ଏପରି ମୂଲ୍ୟବାନ ବର୍ଷ ନଷ୍ଟ ହେବା ଉଚିତ ? ବୋଲି ପ୍ରଶ୍ନ ଉଠାଇ ପରୀକ୍ଷା ସ୍ଥଗିତ ରଖିବା ଆବେଦନକୁ ଖାରଜ କରିଛନ୍ତି । ସୂଚନାନୁଯାୟୀ, ଆସନ୍ତା ସେପ୍ଟେମ୍ବର ୧ରୁ ୬ତାରିଖ ପର୍ଯ୍ୟନ୍ତ JEE ପରୀକ୍ଷା ହେବାକୁ ଥିବା ବେଳେ NEET ପରୀକ୍ଷା ହେବାକୁ ଯୋଜନା କରାଯାଇଛି । ତେବେ କରୋନା ସ୍ଥିତିକୁ ଦେଖି ୧୧ଟି ରାଜ୍ୟରେ ପାଖାପାଖି ୧୧ଜଣ ଛାତ୍ର ଏହି ପରୀକ୍ଷାକୁ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ର ଜୁଲାଇ ୩ ନୋଟିସକୁ ବାତିଲ କରିବାକୁ ଏହି ଆବେଦନ କରାଯାଇଥିଲା । ଏହି ବିଜ୍ଞପ୍ତି ମାଧ୍ୟମରେ NTA ମିଳିତ ପ୍ରବେଶିକା ପରୀକ୍ଷା (JEE) ମେନ , ଏପ୍ରିଲ ୨୦୨୦ ଏବଂ ଜାତୀୟ ଯୋଗ୍ୟତା କମ ପ୍ରବେଶିକା ପରୀକ୍ଷା (NEET-UG) ସେପ୍ଟେମ୍ବରରେ କରିବାକୁ ନିଷ୍ପତ୍ତି ନେଇଥିଲା । ଏହି ଆବେଦନରେ କୁହାଯାଇଥିଲା ଯେ କରୋନା ମହାମାରୀ ସ୍ଥିତି ସ୍ୱାଭାବିକ ହେବା ପରେ ପରୀକ୍ଷା ଆୟୋଜନ କରିବାକୁ ଅନୁରୋଧ କରାଯାଇଥିଲା । ତେବେ ଆଜି ସୁପ୍ରିମକୋର୍ଟ ଏହା ଉପରେ ଶୁଣାଣି କରି ପରୀକ୍ଷା ହେବା ନେଇ ନିଜର ସହମତି ପ୍ରଦାନ କରିଛନ୍ତି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024