ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚଳିତ ସାଧାରଣତନ୍ତ୍ର ଦିବସରେ ଜାତୀୟ ପତାକା ଉତ୍ତୋଳନ କରିବେ ନାହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୂଚନା ଅନୁସାରେ ପ୍ରତିବର୍ଷ ଭଳି ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀ କଟକରେ ପତାକା ଉତ୍ତୋଳନ କରିବେ ନାହିଁ ।
ଏଥର କଟକରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଜାତୀୟ ପତାକା ଉତ୍ତୋଳନ କରିବେ ବୋଲି ସୂଚନା ମିଳିଛି । ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଗାନ୍ଧୀମାର୍ଗରେ ହେଉଥିବା ଜାତୀୟ ସାଧାରଣତନ୍ତ୍ର ଦିବସରେ ଉପସ୍ଥିତ ରହିବେ । ଏଠାରେ ରାଜ୍ୟପାଳ ଗଣେଶୀ ଲାଲ ପତାକା ଉତ୍ତୋଳନ କରିବେ । ଏଠାରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ ।