ମୁମ୍ବାଇ(ଏଟିଆର ବ୍ୟୁରୋ): ଫିଲ୍ମ ‘ଆରଆରଆର’ ରେ ଆଲିଆଙ୍କ ଫାଷ୍ଟ ଲୁକ ସାମ୍ନାକୁ ଆସିଛି ।ଏହି ଫିଲ୍ମରେ ଚୁଲବୁଲି ନାୟିକା ଆଲିଆଙ୍କୁ ସୀତା ଚରିତ୍ରରେ ଦେଖିବାକୁ ମିଳିବ ।ନିଜର ଗ୍ଲାମରିୟସ ଲୁକ ଛାଡି ଶାଢୀ ପିନ୍ଧିଲେ ଆଲିଆ । ଯାହାର ଏକ ଝଲକ ଦେଖିବାକୁ ମିଳିଛି । ଆଲିଆଙ୍କ ଏହି ନୂଆ ଲୁକକୁ ତାଙ୍କ ପ୍ରଶଂସକମାନେ ମଧ୍ୟ ବେଶ ପସନ୍ଦ କରୁଛନ୍ତି ।
ଆଜି ହେଉଛି ଆଲିଆଙ୍କ ୨୮ତମ ଜନ୍ମଦିନ । ଏହି ଅବସରରେ ଆଲିଆ ଏକ ସାଉଥଇଣ୍ଡିଆନ ଗେଟଅପରେ ନଜର ଆସିଛନ୍ତି । ଆଲିଆଙ୍କ ଏହି ଲୁକ ଦେଖିଲା ପରେ ଅନୁମାନ କରାଯାଉଛି କି ତାଙ୍କର ଏହି ଫିଲ୍ମରେ ଆଲିଆଙ୍କ ଭୂମିକା ବେଶ ଦମଦାର ହୋଇଥିବ ବୋଲି ।
ଏହି ଫିଲ୍ମଟିରେ ଆଲିଆଙ୍କ ନାଁ ସୀତା ରହିଛି । ଆଲିଆ ସୀତା ଲୁକ୍କୁ ନିଦ୍ଦର୍ଦଶକ ଏସଏସ ରାଜାମୌଲି ମଧ୍ୟ ନିଜ ଇନ୍ଷ୍ଟାଗ୍ରାମରେ ରିଲିଜ କରିଛନ୍ତି।ଏହି ଫିଲ୍ମର ଘୋଷଣା ନେଇ ଦର୍ଶକଙ୍କ ମନରେ ଉତ୍ସୁକତା ବଢିବାରେ ଲାଜଗିଛି । ତେବେ ଏହି ଫିଲ୍ମଟି ଆସନ୍ତା ଅକ୍ଟୋବର ୧୩ ରେ ରିଲିଜି ହେବାକୁ ଯାଉଛି ।