ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ଭୁବନେଶ୍ୱରସ୍ଥିତ ଇଣ୍ଟେଲିଜେନ୍ସ ବ୍ୟୁରୋ ଅଫିସ୍ ବା କେନ୍ଦ୍ରୀୟ ଗୁଇନ୍ଦା କାର୍ଯ୍ୟାଳୟକୁ ୧୪ ଦିନ ପାଇଁ ସିଲ୍ କରାଯାଇଛି । ଏହି କାର୍ଯ୍ୟାଳୟର ଜଣେ ଅଧିକାରୀ କରୋନା ଆକ୍ରାନ୍ତ ସଂଶ୍ପର୍ଷରେ ଆସିଥିବାର ସୂଚନା ମିଳିଛି । ସେଥିପାଇଁ କାର୍ଯ୍ୟାଳୟକୁ ସିଲ୍ କରାଯାଇଛି ।
ଏହାପରେ କାର୍ଯ୍ୟାଳୟର ଅଧିକାରୀ ଏବଂ ଅନ୍ୟ ସମସ୍ତ କର୍ମଚାରୀଙ୍କୁ ୧୪ ଦିନ ପାଇଁ କ୍ୱାରେଣ୍ଟାଇନ୍ ରେ ରଖାଯାଇଛି । ଏମାନଙ୍କ ସମସ୍ତଙ୍କ ସ୍ୱାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବ ବୋଲି ବିଏମସି କମିଶନର ସୂଚନା ଦେଇଛନ୍ତି ।
ଏହାସହିତ ସଂକ୍ରମଣକୁ ରୋକିବା ପାଇଁ ବିଏମସି ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି ।