ମୁମ୍ବାଇ (ଏଟିଆର ବ୍ୟୁରୋ): ଏବେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସାରା ଦେଶରେ ରାଜନୀତି ମାହୋଲ ସରଗରମ ହୋଇଥିବା ବେଳେ ଏବେ ମହାରାଷ୍ଟ୍ରରେ ଶିବସେନା ଓ କଂଗ୍ରେସ ମେଣ୍ଟ ମଧ୍ୟରେ ଧିରେ ଧିରେ ଫାଟ ଦେଖିବାକୁ ମିଳୁଛି । ପୂର୍ବରୁ ବିଭିନ୍ନ ପ୍ରସଙ୍ଗକୁ ନେଇ ଅସନ୍ତୋଷ ଦେଖା ଦେଇଥିବା ବେଳେ ଏବେ ଉଦ୍ଧବ ଠାକରେଙ୍କ ଅଯୋଧ୍ୟା ଗସ୍ତକୁ ନେଇ ଶିବସେନା ଓ କଂଗ୍ରେସ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳଛି ।
ଉଦ୍ଧବ ଠାକରେ ଶିବସେନା ଓ କଂଗ୍ରେସ ମେଣ୍ଟକୁ ୧୦୦ ଦିନ ପୁରୁଥିବାରୁ ଉଦ୍ଧବ ଠାକରେ ନିଜ ଜନ୍ମମାଟି ଅଯୋଧ୍ୟା ଗସ୍ତ କରୁଛନ୍ତି । ଯାହାକୁ ନେଇ ଏବେ କଂଗ୍ରେସ ଅସନ୍ତୋଷ ପ୍ରକାଶ କରିଛି । ଏମିତିକି ଏହି ଘଟଣାକୁ ନେଇ କଂଗ୍ରେସର ରାହୁଳ ଗାନ୍ଧୀ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅନ୍ୟପଟେ ଏହି ଘଟଣାକୁ ନେଇ ଉଦ୍ଧବ ଠାକରେ ୧୦୦ ଦିନର ପୂର୍ତ୍ତି ଅବସରରେ ପ୍ରଭୂ ଶ୍ରୀରାମଙ୍କ ଆର୍ଶୀବାଦ ନେବା ପାଇଁ ତାଙ୍କ ଜନ୍ମ ସ୍ଥାନ ଗସ୍ତ କରିଛନ୍ତି । ଏହା ପଛରେ ଅନ୍ୟ କୌଣସି ରାଜନୈତିକ ଉଦ୍ଦେଶ୍ୟ ନାହିଁ ବୋଲି ସେ କହିଛନ୍ତି ।