ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଏବର୍ଷ ସାଧାରଣତନ୍ତ୍ର ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଦଳାଇବାକୁ ଯାଉଛନ୍ତି ୪୮ବର୍ଷର ପୁରୁଣା ପରମ୍ପରା । ପ୍ରଧାନମନ୍ତ୍ରୀ ଆସନ୍ତା ଜାନୁଆରୀ ୨୬ ସାଧାରଣତନ୍ତ୍ର ଅବସରରେ ଇଣ୍ଡିଆ ଗେଟ ସ୍ଥିତ ଅମର ଯବାନ ଜ୍ୟୋତି ପରିବର୍ତ୍ତେ ନବନିର୍ମିତ ୱାର ମେମୋରିଆଲରେ ସହିଦ ସୈନିକ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ।
ପୁର୍ବ ପରମ୍ପରା ଅନୁଯାଇ ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ଓ ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀର ଇଣ୍ଡିଆ ଗେଟ ସ୍ଥିତ ଅମର ଯବାନ ଜ୍ୟୋତିରେ ୧୯୭୧ମସିହାରେ ହୋଇଥିବା ଭାରତ-ପାକିସ୍ତାନ ଯୁଦ୍ଧରେ ସହିଦ ହୋଇଥିବା ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଏ ।
ବର୍ତ୍ତମାନ ଠାରୁ ପ୍ରତିବର୍ଷ ୱାର ମେମୋରିଆଲରେ ଶ୍ରଦ୍ଧାଞ୍ଜଳି ସମାରୋହ ପାଳନ କରାଯିବ । ଏହି ଠାରେ ସ୍ୱାଧିନତା ଦିବସ ଏବଂ ସାଧାରଣତନ୍ତ୍ର ଦିବସରେ ତିନି ସେନାର ମୁଖ୍ୟଙ୍କ ସହିତ ଦେଶର ପ୍ରଧାନମନ୍ତ୍ରୀ ମଧ୍ୟ ସହିତ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ।
ପୁର୍ବ ବର୍ଷ ଫେବୃଆରୀରେ ସହିଦ ଯବାନଙ୍କ ନିମନ୍ତେ ନୂଆଦିଲ୍ଲୀରେ ୪୪ଏକର ଜମିରେ ୱାର ମେମୋରିଆଲ ନିର୍ମାଣ କରାଯାଇଥିଲା । ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଦେଶ ଉଦେ୍ଧଶ୍ୟରେ ଅର୍ପଣ କରିଥିଲେ ।
ତେବେ ଆସନ୍ତା ସାଧାରଣତନ୍ତ୍ର ଦିବସରେ ପ୍ରଧାନମନ୍ତ୍ରୀ ପ୍ରଥମେ ୱାର ମେମୋରିଆଲ ଯାଇ ସହିଦ ମାନଙ୍କୁ ପୁଷ୍ପ ଚକ୍ର ଅର୍ପଣ କରିସାରିବା ପରେ ରାଜପଥରେ ପରେଡ ଆରମ୍ଭ କରାଯିବ ।