ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜଧାନୀ ଭୁବନେଶ୍ୱର ସ୍ମାଟ ସିଟିର ମାନ୍ୟତା ପାଇବା ପରଠାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଉନ୍ନୟମୂଳକ କାର୍ଯ୍ୟ ହାତକୁ ନିଆଯାଇଛି । ରାଜଧାନୀ ଭୁବନେଶ୍ୱର ଏକ ନମ୍ବର ହାଟ ସହରର ପ୍ରମୁଖ ମାର୍କ ହୋଇଥିବାରୁ ଏଠାକୁ ଅଧିକ ସଂଖ୍ୟକ ଲୋକ ଅ।ସିଥାନ୍ତି । ତେବେ ଅଧିକ ସଂଖ୍ୟାକ ଲୋକ ଆସି ରାସ୍ତା କଡରେ ଗାଡି ରଖିବା ଫଳରେ ଟ୍ରାଫିକ ବ୍ୟବସ୍ଥାରେ ନାହିଁ ଅସୁବିଧା ଦେଖିବାକୁ ମିଳୁଥିଲା । ତେବେ ଏହି ଟ୍ରାଫିକ ବ୍ୟବସ୍ଥାକୁ ସଠିକ କରିବା ନିମନ୍ତେ ବିଏମସି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।
ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ଉପସ୍ଥିତିରେ ଏକ ନମ୍ବର ମାର୍କେଟ ଆଗରୁ ଜବରଦଖଲ ଉଚ୍ଛେଦ ହୋଇଛି। ଏକ ନମ୍ବର ହାଟ ବାହାରେ ବାଇକ୍ ପାର୍କିଂ ନିଷେଧ ହେବା ପରେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଯାଛି । ଏହି ଉଚ୍ଛେଦ ପ୍ରକ୍ରିୟାରେ ଏୟାର ଇଣ୍ଡିଆ ଅଫିସ ନିକଟରେ ଥିବା ୧୫ଟି ଫଳ ଦୋକାନ ଏବଂ ଗୋଟିଏ କ୍ୟାବିନକୁ ଉଚ୍ଛେଦ କରାଯାଇଛି। ଖାଲି ସେତିକି ନୁହେଁ ରାଜମହଲରୁ ଏଜି ଛକ ଯାଏ ରାସ୍ତା କଡ଼ରେ ଥିବା ଦୋକାନଗୁଡ଼ିକୁ ମଧ୍ୟ ଉଚ୍ଛେଦ କରାଯାଇଛି। ଏହି ଉଚ୍ଚେଦ ସମୟରେ ରାସ୍ତାକଡରେ ବସିଥିବା ବହୁ ଠେଲା ଫଳ ଦୋକାନୀଙ୍କ ଗାଡିକୁ ଜେସିବି ସହାୟତାରେ ଭଙ୍ଗା ଯାଇଥିଲା ।
ଯାହାଫଳରେ ଫଳଗୁଡିକ ରାସ୍ତା କଡରେ ଗଡିବା ଥିବାକୁ ବ୍ୟବସାୟୀମାନେ ନିଜ ଅସନ୍ତୋଷ ଭାବ ପ୍ରକାଶ କରିଛନ୍ତି । ତେବେ ବିଏମସିର ନୂଆ କଟକଣା ଅନୁସାରେ ଏଣିକି ଏକ ନମ୍ବର ମାର୍କେଟରେ କେବଳ ସିଙ୍ଗଲ୍ ଲେନରେ ଚାରିଚକିଆ ଯାନ ରହିବ। ସେସବୁ ୪୫ ଡିଗ୍ରୀ କୋଣ କରି ପାର୍କିଂ ହେବ। ବାଇକ୍ଗୁଡିକ ପାଇଁ କ୍ୟାପିଟାଲ ଥାନା ପାଖରେ ଏକ ସ୍ୱତନ୍ତ୍ର ପାର୍କିଂ ସ୍ଥଳ ନିର୍ମାଣ କରାଯାଇଛି।