ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଦେଶରେ ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ଏହାକୁ ନେଇ ଚାରିଆଡେ ଚର୍ଚ୍ଚା । ଓଡିଶାରେ ଏହି ନିୟମ ପାଳନକୁ କଡାକଡି ଭାବେ ଲାଗୁ ହେବା ପରେ ଲୋକଙ୍କ ମନରେ ଛନକା ପସିଛି ।
ଏବେ ଆଉ ଏକ ଖବର ଲୋକଙ୍କ ଚିନ୍ତା ବଢାଇ ଦେଇକ୍ତି । ସୂଚନା ଅନୁସାରେ ପଞ୍ଜାବରେ ରାଜ୍ୟ ସରକାର ଟାଫିକ ନିୟମ ଉଲଘଂନକାରୀଙ୍କୁ ବିଦେଶ ଯିବା ପାଇଁ ଭିସା ପ୍ରଦାନ କରିବେ ନାହିଁ ।
ପଞ୍ଜାବର ଲୁଧିଆନାରେ ବର୍ତ୍ତମାନ ଏହି ନିୟମ ପାଳନକୁ କଡାକଡି କରାଯିବ । ତଥ୍ୟ ଅନୁଯାଇ କାନାଡା ଓ ଅଷ୍ଟ୍ରେଲିଆ ଯିବା ପାଇଁ ଭିସା ଆବେଦନ କାରୀଙ୍କ ପୁର୍ବ ରେକର୍ଡ ଚେକ କରାଯାଉଛି । ଏଥି ସହିତ ପୁର୍ବରୁ ସେ କେବେ ଟ୍ରାଫିକ ନିୟମ ଭାଙ୍ଗିଛନ୍ତି କି ନାହିଁ ତାହା ମଧ୍ୟ ତନଖା ଯାଉଛି ।
ସେପଟେ ପଞ୍ଜାବ ପୋଲିସର କହିବା ଅନୁସାରେ ଭିସା ନାଁରେ ଟ୍ରାଫିକ ନିୟମକୁ ନେଇ ସଚେତନତା ସୃଷ୍ଟି କରିବା ସହଜ ହେଉଛି । ପୋଲିସ ପାଖରେ ଟ୍ରାଫିକ ନିୟମ ଉଲଘଂନକାରୀଙ୍କ ସୂଚନା ଡିଜିଟାଲ ଫର୍ମରେ ରହୁଛି ଏବଂ ପୋଲିସ ଏହି ଡିଟେଲ୍ସ ଚାହିଁଲେ ଦୂତାବାସକୁ ଦେଇପାରିବ ।
ସେପଟେ ବହୁ ସଂଖ୍ୟକ ଲୋକ କାନାଡା ଓ ଅଷ୍ଟ୍ରେଲିଆ ଯିବା ପାଇଁ ଭିସା ଆବେଦନ କରୁଛନ୍ତି ଏବଂ ଏହାକୁ ମାଧ୍ୟମ କରି ଟ୍ରାଫିକ ନିୟମ ସଚେତନତା ସୃଷ୍ଟି କରିବା ସହଜ ହେଉଛି ।