ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ପାକିସ୍ତାନ ସବୁ ସମୟରେ ଆତଙ୍କ ବାଦକୁ ନେଇ ଚର୍ଚ୍ଚାର ବିଷୟ ବାଲଟିଥିବା ବେଳେ ଏହାର ଗୁଇନ୍ଦା ସଂସ୍ଥା ଆଇଏସଆଇ ଭିନ୍ନ ଭିନ୍ନ ଉପାୟରେ ଭାରତରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବାରେ ଲାଗିଛି ।
ଗତ ସୋମବାର ଦିନ ଉତ୍ତର ପ୍ରଦେଶରୁ ଜଣେ ଆଇଏସଆଇ ଏଜେଣ୍ଟ ଗିରଫ ହେବା ପରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଗିରଫ ଆଇଏସଆଇର ଏଜେଣ୍ଟ ମହମ୍ମଦ ରସିଦ ଠାରୁ ମିଳିଥିବା ତଥ୍ୟ ଅନୁସାରେ ପାକିସ୍ତାନର ଆଇଏସଆଇ ୱାଟସଆପର ବ୍ୟବହାରକରି ଭାରତରୁ ତଥ୍ୟ ସଂଗ୍ରହ କରୁଛି ।
ପାକିସ୍ତାନର ଆଇଏସଆଇ ‘ଜିନ୍ଦେଗି ନା ମିଲେଗି’ ନାମରେ ଏକ ୱାଟସଆପ ଗ୍ରୁପ ତିଆରି କରି ଭାରତୀୟ ମାନଙ୍କ ଠାରୁ ତଥ୍ୟ ନେଉଛି । ତେବେ ଏହି ଗ୍ରୁପରେ ୫୬ ଜଣ ଭାରତୀୟ ଥିବା ଜଣାପଡିଛି ହେଲେ କଣ କଥାବାର୍ତ୍ତା ହୋଇଛି ସେ ବିଷୟରେ ପୋଲିସ ଏପର୍ଯ୍ୟନ୍ତ କିଛି ତଥ୍ୟ ସଂଗ୍ରହ କରିପାରିନାହିଁ ।
ଏହି ୱାଟସଆପ ଗ୍ରୁପ ଜରିଆରେ ଭାରତର ପ୍ରମୁଖ ସ୍ଥାନ ମାନଙ୍କର ଫଟୋ ଓ ଭିଡିଓ ସେୟାର କରାଯାଉଥିଲା । ଏବଂ ଏଥିପାଇଁ ରଶିଦକୁ ୫ହଜାର ଟଙ୍କା ମଧ୍ୟ ଦିଆଯାଇଥିଲା ବୋଲି ଦେ ସ୍ୱିକାର କରିଛି ।
ସେପଟେ ୱାଟସଆପ ଗ୍ରୁପରୁ ମିଳିଥିବା ୫୬ଜଣ ଭାରତୀୟଙ୍କ ନମ୍ବରକୁ ଆଧାର କରି ପୋଲିସ ସେମାନଙ୍କ ବିଷୟରେ ତଦନ୍ତ ଆରମ୍ଭ କରିଛି ।