ମୁମ୍ବାଇ(ଏଟିଆର ବ୍ୟୁରୋ):ବଲିଉଡର ଚାନ୍ଦିନୀ ତଥା ଅଭିନେତ୍ରୀ ଶ୍ରୀଦେବୀଙ୍କ ଦେହାନ୍ତ ପରେ ତାଙ୍କ ପରିବାର ସମେତ ଦୁଇ ଝିଅ ଜାହ୍ନବୀ ଏବଂ ଖୁସୀ ସଂପୁର୍ଣ୍ଣ ଭାଙ୍ଗି ପଡିଥିଲେ । ମାତ୍ର ଏବେ ଇଣ୍ଡଷ୍ଟ୍ରିରେ ମା’ଙ୍କ ଅନୁପସ୍ଥିତିକୁ ପୂରଣ କରିବା ପାଇଁ ଖୁବ୍ ଜୋର ସୋର ରେ ଲାଗି ପଡିଛନ୍ତି ଦୁଇ ଝିଅ । ଜାହ୍ନବୀ ତାଙ୍କ ଫିଲ୍ମ ପାଇଁ ବ୍ୟସ୍ତ ରହୁଥିବା ବେଳେ ନିକଟରେ ଖୁସି ଏକ ବୋଲ୍ଡ ଫଟୋସୁଟ୍ କରୁଥିବାର ଦେଖିବାକୁ ମିଳିଛନ୍ତି । ଏଥିରେ ସେ ଫାଲଗୁନି ଏବଂ ସେନ୍ ପିକକ ର ସୁନେଲି ରଙ୍ଗର ଗାଉନ ପିନ୍ଧିଥିବାର ନଜର ଆସୁଛନ୍ତି ।
ତାଙ୍କର ଏହି ବୋଲ୍ଡ ଫଟୋଟିକୁ ସେଲିବ୍ରେଟି ଷ୍ଟାଇଲିଷ୍ଟ ତନୟା ଧାୱର ସୋସିଆଲ ମିଡିଆରେ ସେୟାର କରିଥିଲେ । ଏଥିରେ ସେ କାତିଲାନା ଅନ୍ଦାଜରେ ଫଟୋ ପୋଜ୍ ଦେଉଥିବା ନଜର ଆସିଛନ୍ତି । ସେଥିପାଇଁ ତାଙ୍କ ଫଟୋକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି ।
ଖବରମୁତାବକ, ଶ୍ରୀଦେବୀଙ୍କ ବଡ ଝିଅ ଜାହ୍ନବୀ ବଲିଉଡ ଫିଲ୍ମ ‘ଧଡକ’ରେ ଡେବ୍ୟୁ କରିବାକୁ ଯାଉଛନ୍ତି । ମାତ୍ର ଖୁସିଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ଯିବା ପାଇଁ ଇଚ୍ଛା ନଥିଲେ ମଧ୍ୟ ସେ ଆଜିକାଲି ସୋସିଆଲ ମିଡିଆରେ ଖୁବ୍ ସକ୍ରିୟ ରହିବା ସହ ଅନେକ ଫଟୋ ପୋଷ୍ଟ କରୁଛନ୍ତି । ଏବଂ ଖୁସି ମଡେଲିଂରେ ନିଜର କ୍ୟାରିୟର କରିବାକୁ ଚାହୁଁଛନ୍ତି ।
ମା’ଙ୍କ ମୃତ୍ୟୁ ପରେ ଏବେ ସବୁବେଳେ ଭାଇ ଏବଂ ଭଉଣୀଙ୍କୁ ଏକାଠି ଦେଖିବାକୁ ମିଳୁଛି ।