ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବିଜେପିରେ ମିଶିଲେ ବ୍ୟାଡ ମିଣ୍ଟନ ତାରକା ସାଇନା ନେହୱାଲ । ଆଜି ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ବିଜେପିରେ ଯୋଗ ଦେଇଛନ୍ତି ସାଇନା । ଏନେଇ ପୂର୍ବରୁ ମଧ୍ୟ ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା । ସାଇନା ହେଉଛନ୍ତି ବ୍ୟାଡ ମିଣ୍ଟନ ଖେଳରେ ଅଲମ୍ପିକ ପଦକ ଜିତିଥିବା ପ୍ରଥମ ଭାରତୀୟ । ଅଲମ୍ପିକରେ ସେ ତିନିଥର ଭାରତକୁ ପ୍ରତିନିଧିତ୍ୱ କରିଛନ୍ତି । ସାଇନା ପଦ୍ମ ଭୂଷଣ ସହିତ ଅର୍ଜୁନ ପୁରସ୍କାର, ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରସ୍କାର ପାଇଛନ୍ତି ।
ସେ ବ୍ୟାଡମିଣ୍ଟନ ଖେଳାଳୀ ପରୁପଲ୍ଲୀ କାଶ୍ୟପଙ୍କୁ ୨୦୧୮ ମସିହାରେ ବିବାହ କରିଛନ୍ତି । ଆଜି ବିଜେପିରେ ଯୋଗଦେବା ଅବସରରେ ସାଇନା କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଭଳି କଠିନ ପରିଶ୍ରମୀ ଲୋକମାନଙ୍କୁ ମୁଁ ସବୁବେଳେ ପ୍ରଶଂସା କରେ । ମତେ ବିଜେପିରେ ସାମିଲ ହେବାକୁ ସୁଯ୍ଧେଜ୍ଞ ଦେଇଥିବାରୁ ମୁଁ ବିଜେପି ନିକଟରେ କୃତଜ୍ଞ ।