ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ରାତି ପାହିଲେ ଫାଶୀ ପାଇବେ ନିର୍ଭୟା ଗଣଦୁଷ୍କର୍ମ ମାମଲାର ୪ ଅଭିଯୁ୍କ୍ତ । ଏଥିପାଇଁ ତିହାର ଜେଲ ମଧ୍ୟ ପ୍ରସ୍ତୁତ ହୋଇ ସାରିଲାଣି । ହେଲେ ଏବେ ମଧ୍ୟ ଫାଶୀକୁ ଟାଳିବା ପାଇଁ ଶେଷ ପ୍ରଚେଷ୍ଟାରେ ଅଛନ୍ତି ଅଭିଯୁକ୍ତ । ଗତକାଲି ନିର୍ଭୟା ଅଭିଯୁକ୍ତ ଅକ୍ଷୟର କ୍ୟୁରିପିଟିସନ ଖାରଜ ହେବା ପରେ ଆଜି ପୁଣି ଭେଳିକି ଆରମ୍ଭ କରିଛନ୍ତି ଆଉ ଏକ ଅଭିଯୁକ୍ତ ପୱନ ଗୁପ୍ତା । ଅଭିଯୁକ୍ତ ପୱନ ଗୁପ୍ତା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଛି ।
ସେ ନାବାଳକ ଥିବା ସୁପ୍ରିମ କୋର୍ଟରେ ପିଟିସନ ଦାୟର କରିଛି । ପୁର୍ବରୁ ମଧ୍ୟ ପୱନ ନାବାଳକ ଥିବା ଦର୍ଶାଇ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଥିଲା । ମାତ୍ର କୋର୍ଟ ସେତେବେଳେ ଏହାକୁ ଖାରଜ କରିଥିଲେ । କୋର୍ଟ ସେତେବେଳେ କହିଥିଲେ ହାଇକୋର୍ଟରେ ଜନ୍ମଗତ କାଗଜ ପତ୍ର ଯାଞ୍ଚ ହୋଇ ସାରିଛି । ଯାହା ବଳ ବତ୍ତର ରହିବ । ତେବେ ପୁଣି ପୱନ ଏହି ମାମଲାର ରିଭ୍ୟୁ ପିଟିସନ ଦାଖଲ କରିଛି ।
ଅନ୍ୟପଟେ ଅପରାଧୀ ମୁକେଶ ସିଂହର ପିଟିସନ ବୁଧବାର ସୁପ୍ରିମକୋର୍ଟରେ ଅଗ୍ରାହ୍ୟ ହୋଇଯାଇଛି। ଏଣୁ କୋର୍ଟଙ୍କ ମୃତ୍ୟୁଦଣ୍ଡାଦେଶରୁ ବର୍ତ୍ତିବା ଲାଗି ଆଇନରେ ଥିବା ସମସ୍ତ ବିକଳ୍ପ ମୁକେଶ ଲାଗି ବନ୍ଦ ହୋଇଯାଇଛି। ସେପଟେ ଅଭିଯୁକ୍ତ ବିନୟ ଶର୍ମା ରାଜକ୍ଷମା ଆବେଦନ କରିଛି । କେବଳ ଫାଶୀକୁ ବିଳମ୍ବିତ କରିବା ପାଇଁ ଏସବୁ ପ୍ରଥା ଆପଣା ଯାଉଛି ବୋଲି ବରିଷ୍ଠ ଆଇନିଜୀବି ମାନେ ମତ ରଖୁଛନ୍ତି ।