ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରିମଧ୍ୟରେ ୧୫ ରୁ ୧୮ ବର୍ଷ ବୟସର ପିଲାଙ୍କୁ ଟୀକାକରଣ ପାଇଁ ଶେଷ ପର୍ଯ୍ୟାୟରେ ପହଁଚିଛି ପ୍ରସ୍ତୁତି । ଟୀକାକରଣ ପାଇଁ ଆଜିଠୁ ଆରମ୍ଭ ପଞ୍ଜିକରଣ ।କୋୱିନ ଜରିଆରେ କରିପାରିବେ ପଞ୍ଜିକରଣ । ଏନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ଆସନ୍ତା ଜାନୁଆରୀ ୩ ରୁ ୧୫ ରୁ ୧୮ ବର୍ଷର ପିଲାଙ୍କୁ କରାଯିବା ଟୀକାକରଣ । ଯଦି ଅନଲାଇନ ପଞ୍ଜିକରଣ କରିପାରୁ ନାହାନ୍ତି ତେବେ ୩ ରୁ ଟୀକାକରଣ ଆରମ୍ଭ ହେବା ପରେ ଟୀକା କେନ୍ଦ୍ରରେ ଅଫଲାଇନ ପଞ୍ଜିକରଣ କରିପାରିବେ ।