ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଚୀନରେ ଏବେ କରୋନା ଭାଇରସ ତାର କାୟା ବିସ୍ତାର କରି ଚାଲିଛି । ଏକ ପ୍ରକାର ଚୀନରେ ଏହି ଭାଇରସ ବେକାବୁ ହୋଇ ପଡିଲାଣି । ଦିନ ଯେତେ ବଢୁଛି ମୃତ୍ୟୁ ସଂଖ୍ୟା ସେତେ ବଢି ଚାଲିଛି । ସେପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ଆନ୍ତର୍ଜାତୀୟ ସମସ୍ୟା ଘୋଷଣା କରି ସାରିଛି । ଯାହାପରେ ଏବେ ଅନ୍ୟ ରାଷ୍ଟ୍ରମାନେ ସେମାନଙ୍କ ନାଗରିକ ମାନଙ୍କୁ ନିଜ ଦେଶକୁ ଫେରାଇ ନେଉଥିବା ଦେଖିବାକୁ ମିଳିଛି । ଅନ୍ୟପଟେ କରୋନାକୁ ନେଇ ଏବେ ଚୀନରେ ହାଇ ଆଲର୍ଟ ଜାରି ହୋଇଛି । ଏବେ କରୋନା ଭୟରେ ଚୀନରେ ବାହାଘର ଭୋଜି ଭଳି ସାମୂହିକ କାର୍ଯ୍ୟକୁ ବନ୍ଦ କରାଯାଇଛି । ଏମିତିକି ବିହାହ ପାଇଁ କରାଯାଉଥିବା ରେଜିଷ୍ଟ୍ରେସନୁ ମଧ୍ୟ ଅନିଦ୍ଧିଷ୍ଟ କାଳ ପାଇଁ ବନ୍ଦ କରି ଦିଆଯାଇଛି ।
ସେହିଭଳି ସସ୍କାର ଆଦି ଅତି ଜରୁରୀ କାର୍ଯ୍ୟକୁ ସକ୍ଷିପ୍ତ କରିବାକୁ ନିର୍ଦେଶ ଜାରି ହୋଇଛି । କୁହାଯାଉଛି ଏହି ଭାଇରସ ଏବେ ମଣିଷ ଠାରୁ ମଣିଷକୁ ବ୍ୟାପୁଛି । ତେଣୁ କୌଣସି ସ୍ଥାନରେ ଅଧିକ ମଣିଷ ଏକତ୍ର ନହେବାକୁ ଜନତାକୁ ଅପିଲ କରିଛି ପ୍ରଶାସନ । ସୂଚନାଯୋଗ୍ୟ ଚୀନର ସ୍ୱାସ୍ଥ୍ୟ ଅଧିକାରୀଙ୍କ ସୂଚନା ଅନୁସାରେ ମୃତ୍ୟୁ ସଂଖ୍ୟା ଏବେ ୩୦୪ ରେ ପହଞ୍ଚିଛି । ଗତକାଲି ଚୀନରୁ ୩୨୪ ଭାରତୀୟଙ୍କୁ ଭାରତ ଫେରାଇ ଆଣିଛି । ଭାରତ ଏୟାର ଇଣ୍ଡିଆର ଏକ ସ୍ୱତନ୍ତ୍ର ବିମାନକୁ ଚୀନର ଉହାନ ପଠାଇଥିଲା । ଏହି ବିମାନଟି ସେଠାର ପହଞ୍ଚିବା ପରେ ସେଠାରେ ଥିବା ୩୨୪ ଭାରତୀୟଙ୍କୁ ଏୟାର ଏହି ବିମାନ ନୂଆଦିଲ୍ଲୀ ଫେରାଇ ଆଣିଛି ।