ଭୁବନେଶ୍ୱର(ଏଟିଆର ବ୍ୟୁରୋ): କେନ୍ଦ୍ରପଡା ସାଂସଦ ଅନୁଭବ ମାହାନ୍ତି ଓଲିଉଡରେ ଯେତିକି ଚର୍ଚ୍ଚାରେ ନାହାନ୍ତି ରାଜନୀତିକୁ ଆସିଲା ପରେ ସେ ସେତିକି ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।
ବାରମ୍ବାର ବିବାଦ ଘେରକୁ ଆସି ଅନୁଭବ ମାହାନ୍ତି ଗଣମାଧ୍ୟମ ମାନଙ୍କର ଶୀର୍ଷକ ପାଲଟିଛନ୍ତି । ଗତ ଦୁଇ ଦିନ ତଳେ ବକେୟା ଟଙ୍କା ନେଇ କେନ୍ଦ୍ରାପଡାରେ ଜଣେ ବ୍ୟାନର, ପୋଷ୍ଟର ବ୍ୟବସାୟୀ ଅନୁଭବ ମାହାନ୍ତିଙ୍କ ନାଁରେ ଏତଲା ଦେଇଥିଲେ ।
ଏବେ ପୁଣି ଆଉ ଏକ ବିବାଦରେ ଅନୁଭବ । ବିଜେଡି ସାଂସଦ ତଥା ଓଲିଉଡ ଷ୍ଟାର ଅନୁଭବ ମାହାନ୍ତିଙ୍କ ନାମରେ ସାଂଘାତିକ ଆଣିଛନ୍ତି କଂଗ୍ରେସ ନେତା ନିଶିକାନ୍ତ ମିଶ୍ର ।
କଂଗ୍ରେସ ନେତା ସାମ୍ବାଦିକ ସମ୍ମିଳନୀ କରି ଅନୁଭବଙ୍କ ନାମରେ ଅଭିଯୋଗ କରିଛନ୍ତି । ଅନୁଭବ ନିଜ ନିର୍ବାଚନୀ ସତ୍ୟପାଠରେ ଭୁଲ ତଥ୍ୟ ଦେଇଛନ୍ତି । ଆରଟିଆଇରୁ ମିଳିଥିବା ତଥ୍ୟ ଅନୁସାରେ ଅନୁଭବ ଏପର୍ଯ୍ୟନ୍ତ କଟକ କନ୍ଦରପୁର କଲେଜର ଛାତ୍ର । ଅନୁଭବ ବର୍ତ୍ତମାନ ସୁଦ୍ଧା କନ୍ଦରପୁର କଲେଜରୁ ଯୁକ୍ତ ୩ ପାସ ହୋଇନାହାନ୍ତି । କିନ୍ତୁ ୨୦୧୪ ନିର୍ବାଚନ ସତ୍ୟପାଠରେ ଅନୁଭବ ମିରଟର ସୋଭଏତ ୟୁନିଭର୍ସିଟି ଅଫ ଟେକ୍ନୋଲୋଜିରୁ ଗ୍ରାଜୁଏସନ କରିଥିବା ଦର୍ଶାଇଛନ୍ତି ।
ଆହୁରି ମଧ୍ୟ ୨୦୧୪ରେ ଅନୁଭବ ଯେଉଁ ୟୁନିଭର୍ସିଟିରୁ ଗ୍ରାଜୁଏସନ ପାସ କରିଥିବା ଦର୍ଶାଇଛନ୍ତି । ସେହି ମିରଟ ୟୁନିଭର୍ସିଟି ଟି ୨୦୧୦ରୁ ଡିରେକଗନାଇଜଡ ହୋଇଯାଇଛି । ବର୍ତ୍ତମାନ କଂଗ୍ରେସ ନେତା ନୀଶିକାନ୍ତ ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ତଦନ୍ତ କରି ସତ୍ୟର ଖୁଲାସା କରିବାକୁ ଆହ୍ୱାନ ଦେଇଛନ୍ତି ।