ଶ୍ରୀନଗର(ଏଟିଆର ବ୍ୟୁରୋ): ଧାରା ୩୭୦ ଉଚ୍ଛେଦ ପରେ ହିଂସାକୁ ଆୟତ କରିବା ପାଇଁ ପ୍ରଶାସନ ପକ୍ଷରୁ ଜମ୍ମୁ-କାଶ୍ମୀର ବହୁ ନେତାଙ୍କୁ ଗିରଫ ସମେତ ନଜରବନ୍ଦୀ କରି ଅଟକ ରଖାଯାଇଥିଲା । ବର୍ତ୍ତମାନ ଜମ୍ମୁ-କାଶ୍ମୀର ସମେତ ଲଦାଖରେ ପରିସ୍ଥିତି ସାମାନ୍ୟ ହେବା ପରେ ଅଟକ ରଖାଯାଇଥିବା ନେତାମାନଙ୍କୁ ଧିରେ ଧିରେ ଖଲାସ କରାଯାଉଛି ।
କାଲି ୪ ବରିଷ୍ଠ ନେତା ତଥା ଅବଦୁଲ ମାଜିଦ ଭଟ୍ଟ ଲର୍ନି, ଗୁଲାମ ନବୀ ଭଟ୍ଟ, ଡ.ମହମ୍ମଦ ସାଫି ଏବଂ ମହମ୍ମଦ ୟୁସୁଫଙ୍କୁ ଜମ୍ମୁ-କାଶ୍ମୀର ପ୍ରଶାସନ ଖଲାସ କରିଛି ।
ଜମ୍ମୁ-କାଶ୍ମୀରରେ ପରିସ୍ଥିତିକୁ ଅନୁଧ୍ୟାନ କରି ଧିରେ ଧିରେ ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି । କିଛି ଦିନ ପୂର୍ବେ ଇଣ୍ଟରନେଟ ସେବା ଆରମ୍ଭ କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ଜମ୍ମୁ-କାଶ୍ମୀରର ସମସ୍ତ ଅଞ୍ଚଳରେ ଇଣ୍ଟରନେଟ ସେବା ଉନଲବ୍ଧ କରାଯାଇନାହିଁ ।