ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସବୁଆଡୁ ବିଫଳ ହେବା ପରେ ପାକିସ୍ତାନ ସାଉଦିଆରବର ଶରଣ ପସିଥିଲା । ମାତ୍ର ସାଉଦି ଆରବ ମଧ୍ୟ ଏଥିରେ ସହମତି ପ୍ରକାଶ କରୁନାହିଁ । ଭାରତ ବିରୋଧରେ ସବୁ ମୁସଲିମ ରାଷ୍ଟ୍ରକୁ ଏକାଠୀ କରିବା ପାଇଁ ଇମ୍ରାନଙ୍କ ଯୋଜନା ଏବେ ପଣ୍ଡ ହେବାକୁ ବସିଛି । ଏବେ ପାକିସ୍ତାନ କାଶ୍ମୀର ପ୍ରସଙ୍ଗରେ ଅରଗାନାଇଜେସନ୍ ଅଫ୍ ଇସଲାମିକ୍ କୋ ଅପରେସନ୍ ବା ଓଆଇସିର ଜରୁରୀ କାଳୀନ ବିଦେଶମନ୍ତ୍ରୀ ମାନଙ୍କର ବୈଠକ ଡାକିବା ପାଇଁ ଚେଷ୍ଟା କରୁଛି ।
ଆନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ଏହି ବୈଠକ ପାଇଁ ସାଉଦି ଆରବ ଅମଙ୍ଗ ହେଉଛି । ସେପଟେ ମାଲେସିଆ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ସମର୍ଥନ ଦେବା ପରେ ଭାରତ ମାଲେସିଆରୁ ପାମ୍ ଅଏଲ୍ ଆମଦାନୀ ବନ୍ଦ କରିଛି । ଯାହାଫଳରେ ଅକଳରେ ପଡିଛି ମାଲେସିଆ । ଏବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମାଲେସିଆ ଗସ୍ତରେ ରହିଛନ୍ତି । ସୂଚନାଯୋଗ୍ୟ ଜାମ୍ମୁକାଶ୍ମୀରରୁ ୩୭୦ ଉଚ୍ଛେଦ ହେବା ପରଠାରୁ ହିଁ ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି ଇମ୍ରାନ ଖାନ । ସବୁବେଳେ ବଶ୍ୱ ସମୁଦାୟ ଆଗରେ ଏହି ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରୁଛନ୍ତି । ମାତ୍ର ସବୁବେଳେ ଭାରତର କୂଟନୀତି ଆଗରେ ଫେଲ ମାରୁଛି ପାକିସ୍ତାନ । କେବଳ ଚୀନ, ମାଲେସିଆ ଓ ତୁର୍କୀ ପାକିସ୍ତାନକୁ ସମର୍ଥନ ଜଣାଇଛନ୍ତି ।