ମାଲକାନଗିରି (ଏଟିଆର ବ୍ୟୁରୋ): ଆଜିଠୁ ଆରମ୍ଭ ହୋଇ ଯାଇଛି ପ୍ରେମ ସପ୍ତାହ । ପ୍ରେମ ଓ ପ୍ରେମିକ ସପ୍ତାହର ଆଜି ପ୍ରଥମ ଦିନରେ ବେଶ ମସଗୁଲ ରହିଛନ୍ତି ପ୍ରେମରେ । ତେବେ ଆଜି ଏକ ଏମିତି ଘଟଣା ସାମ୍ନାକୁ ଆସିଛି ଯାହାକୁ ଜାଣିଲେ ଆପଣ ବି କହିବେ ଲଭ ପାଇଁ କୁଛବି କରେଗା । କୁହାଯାଏ ଯଦି ଜଣଙ୍କ ସହିତ ଜଣଙ୍କର ହୃଦୟରୁ ପ୍ରେମ ହୋଇ ଯାଉଛି ତେବେ ସମାଜ ଯେତେ ଚେଷ୍ଟା କଲେ ମଧ୍ୟ ସେମାନଙ୍କୁ ଅଲଗା କରରି ପାରିବ ନାହିଁ । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଏବେ ଦେଖିବାକୁ ମିଳିଛି ମାଲକାନଗିରି ଅଞ୍ଚଳରେ ।
ଦୁଇ ଜଣ ଯୁବତୀ ଦୁଇ ଜଣଙ୍କୁ ପ୍ରେମ କରି ଆସୁଥିଲେ । ଉଭୟଙ୍କ ମଧ୍ୟରେ ପ୍ରେମ ଏତେ ନିବିଡ ହୋଇ ଯାଇଥିଲା ଯେ ସେମାନେ ସ୍ଥିର କରିଥିଲେ ସେମାନେ ସମଲିଙ୍ଗୀ ବିବାହ କରିବେ ବୋଲି । ମାତ୍ର ଏହାକୁ ସମାଜ ଏତେ ସହଜରେ ଗ୍ରହଣ କରିନଥିଲା । ଯାହାଫଳରେ ସେମାନେ ଘର ଛାଡି ଦିଲ୍ଲୀ ଚାଲି ଯାଇଥିଲେ । ସେଠାରେ ସେମାନଙ୍କ ମଧ୍ୟରୁ ଜଣେ ଝିଅ ନିଜର ଲିଙ୍ଗ ପରିବର୍ତ୍ତନ କରି ଦେଇଛି । ଏବଂ ଏଇ ନିକଟରେ ସେମାନେ ରୀତିନୀତି ଅନୁସାରେ ବିବାହ ମଧ୍ୟ କରିଛନ୍ତି । ଦିଲ୍ଲୀରେ ଉଭୟ ବିବାହ କରିଛନ୍ତି ।