ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଗତକାଲି ପ୍ରକାଶ ପାଇଥିବା ନିର୍ବାଚନ ଫଳାଫଳ ଅନୁଯାୟୀ କେନ୍ଦ୍ର ଏବଂ ରାଜ୍ୟରେ ବିଜେପିର ଉନ୍ନତି ହୋଇଛି । ତେବେ ରାଜ୍ୟରେ କରାଯାଇଥିବା ଆକଳନ ପୂରଣ ହୋଇନାହିଁ । ବିଧାନସଭା ଆସନରେ ବିଜେପି ଯେତିକି ଆଶା ରଖିଥିଲା ତାହା ହାସଲ କରିବାରେ ସକ୍ଷମ ହୋଇନାହିଁ । କିନ୍ତୁ ଲୋକସଭା ଆସନରେ ବିଜେପି ବହୁତ ଭଲ କରିଛି । ବିଜେଡି ହାତରୁ ଛଡାଇ ଆଣିଛି ଆସନ । ପୂର୍ବ ନିର୍ବାଚନ ଅପେକ୍ଷା ବିଜେପି ବିଧାନସଭାରେ ମଧ୍ୟ ଭଲ କରିଛି । କିନ୍ତୁ ଏହି ଖୁସି ଭିତରେ ଲୁଚି ରହିଛି ଅକୁହା ଦୁଃଖ । ଦଳର ବହୁ ହେବିୱେଟଙ୍କ ପରାଜୟ ହୋଇଛି ।
ତେବେ ଆସନ୍ତୁ କେଉଁ ହେବିୱେଟ ନିଶ୍ଚିନ୍ତ ଜିତିବାର ଆଶା ରଖିଥିଲା ଦଳ କିନ୍ତୁ ସେମାନେ ପରାଜୟ ହୋଇଛନ୍ତି ।
ଦାମୋଦର ରାଉତ-ବିଜେଡିରୁ ତଡା ଖାଇବା ପରେ ବିଜେପି ଯୋଗ ଦେଇଥିବା ରାଜ୍ୟ ରାଜନୀତିର ଏହି ଚର୍ଚ୍ଚିତ ଚେହେରା ବାଲିକୁଦାରୁ ବିଜେପି ଟିକେଟରେ ଲଢ଼ିଥିଲେ । କିନ୍ତୁ ଏଠାରେ ବିଜୟ ତ ଦୂରର କଥା ସେ ଦ୍ୱିତୀୟ ସ୍ଥାନରେ ମଧ୍ୟ ରହିବା ପାଇଁ ଅକ୍ଷମ ହୋଇଛନ୍ତି । ସେ ତୃତୀୟ ସ୍ଥାନରେ ରହିଥିଲେ । ଏଠାରେ ରଘୁନନ୍ଦନ ଦାଶ ବିଜେଡି ପ୍ରାର୍ଥୀ ବିଜୟ ହୋଇଛନ୍ତି ।
ବୈଜୟନ୍ତ ପଣ୍ଡା-କେନ୍ଦ୍ରାପଡା ଲୋକସଭା ଆସନରେ ଅନୁଭବଙ୍କଠାରୁ ପରାସ୍ତ ହୋଇଛନ୍ତି । ତେବେ ଏତେ ବଡ ପରାଜୟ ହେବ ବୋଲି କେହି ଭାବି ନଥିଲେ ।
ପୃଥୀରାଜ ହରିଚନ୍ଦନ-ଚିଲିକା ନିର୍ବାଚନ ମଣ୍ଡଳୀରେ ପ୍ରସାନ୍ତ ଜଗଦେବଙ୍କଠାରୁ ପରାଜୟ ହୋଇଛନ୍ତି ।
କେଭି ସିଂହଦେଓ-ବଲାଙ୍ଗିର ଜିଲ୍ଲାର ପାଟଣାଗଡ ଆସନରେ ବିଜେଡିର ମନୋହର ମେହେରଙ୍କଠାରୁ ପରାସ୍ତ ହୋଇଛନ୍ତି ।
ରାଧାରାଣୀ ପଣ୍ଡା-ବ୍ରଜରାଜନଗର ବିଧାନସଭା ଆସନରେ ବିଜେଡିର କିଶୋର ମହାନ୍ତିଙ୍କଠାରୁ ପରାସ୍ତ ହୋଇଛନ୍ତି ।
ସମ୍ବିତ ପାତ୍ର-ପୁରୀ ଲୋକସଭା ଆସନରେ ପିନାକୀ ମିଶ୍ରଙ୍କଠାରୁ ପରାସ୍ତ ହୋଇଛନ୍ତି ।
ଭୃଗୁବକ୍ସି ପାତ୍ର-ବ୍ରହ୍ମପୁର ଲୋକସଭା ଆସନରେ ଚନ୍ଦ୍ର ଶେଖର ସାହୁଙ୍କଠାରୁ ପରାସ୍ତ ହୋଇଛନ୍ତି ।