ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏଣିକି ରାଜ୍ୟରେ ଆଉ କେଉଁଠିବି କଚ୍ଚା ଘର ରହିବ ନାହିଁ । ଆସନ୍ତା ୩ ବର୍ଷ ମଧ୍ୟରେ ସବୁ କଚ୍ଚା ଘରକୁ ପକ୍କାଘର କରିଦେବେ ସରକାର ବୋଲି ଘୋଷଣା କରିଛନ୍ତି । ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଗରୀବଙ୍କୁ ପକ୍କା ଘର ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା । ଆଉ ଏକ କଥା ମଧ୍ୟ ସୂଚନା ମିଳିଛି ସରକାର ୨୦ ବର୍ଷ ଫୂର୍ତ୍ତି ପାଳନ ଅବସରରେ ୨୦ ଲକ୍ଷ ପକ୍କା ଘର ବାଣ୍ଟିବାକୁ ଯୋଜନା କରୁଛନ୍ତି । ଆସନ୍ତା ମାର୍ଚ୍ଚ ୫ ତାରିଖରୁ କାର୍ଯ୍ୟାଦେଶ ଦିଆଯିବ । ତେବେ ଏହାକୁ ନେଇ ଏବେ ବିରୋଧୀ ବୟାନବାଜି ଆରମ୍ଭ କରି ଦେଇଛନ୍ତି ବିରୋଧୀ ଯୁକ୍ତି ରଖିଛନ୍ତି ଆବାସ ଯୋଜନାରେ ରାଜ୍ୟରେ ୧୪ ଲକ୍ଷ ଅଯୋଗ୍ୟ ହିତାଧୀକାରୀ ଧରାପଡ଼ିଛନ୍ତି ।
ସରକାର ଯେଉଁ କେନ୍ଦ୍ର ଯୋଜନାକୁ ନିଜର କହି ବାହା ବାହା ନେବାକୁ ଆରମ୍ଭ କରିଛନ୍ତି , ତାହା କରିବାକୁ ଦିଆଯିବନି । ତେବେ ଏନେଇ ଆଜି ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ବିଜ୍ଜୁ ପକ୍କା ଘରକୁ ନେଇ ଏବେ ବିଜେପି ଅଭିଯୋଗ ଆଣିଛି । ବିଜେପି ଅଭିଯୋଗ କରିଛି ପକ୍କା ଘର ଯୋଜନାକୁ ନେଇ ସରକାର ବିଭ୍ରାନ୍ତିକର ତତ୍ୟ ଦେଉଛନ୍ତି । ସବୁ କାର୍ଯ୍ୟରେ ବିଜୁ ଷ୍ଟାମ୍ପ ଲଗାଯାଉଥିବା ଅଭିଯୋଗ ଆଣୁଛି ବିଜେପି । ସରକାର ଯଦି ପିଏମ ପକ୍କାଘର ଯୋଜନାକୁ ଯଦି ନାମ ପରିବର୍ତ୍ତନ କରି ରାଜନୈତିକ ଫାଇଦା ନେବାକୁ ଚେଷ୍ଟା କରେ ତେବେ ଏହାକୁ ବିଜେପି ବିରୋଧ କରିବ ବୋଲି କୁହାଯାଇଛି ।