ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଗତକାଲି ଶେଷ ହୋଇଛି ଧର୍ମମାସ କାର୍ତ୍ତିକ । ଆଜି ଛାଡଖାଇ । କାର୍ତ୍ତିକ ମାସରେ ମାସ ସାରା ଆମିଷ ଛାଡିଥିବା ବ୍ୟକ୍ତି ଆଜି ଆମିଷ ଖାଇ ଛାଡଖାଇ ପାଳନ କରିବେ । ସେଥିପାଇଁ ଆଜି ଆମିଷ ହାଟ ଖଚାଖଚ ଭିଡ ।
ଛାଡଖାଇ ସାଙ୍ଗକୁ ଆଜି ବୁଧବାର ଥିବାରୁ ମାଛ, ମାଂସ ଦୋକାନ ମାନଙ୍କରେ ଲୋକଙ୍କ ଭିଡ ଜମିଛି । ବ୍ୟବସାୟୀମାନେ ଦୋକାନର ପରିମଳକୁ ସଫା ସୁତୁରା ରଖି ବ୍ୟବସାୟ କରୁଛନ୍ତି । ଏହାସହିତ ଆଜି ଆମିଷ ଦର ଉଚ୍ଚ ରହିଛି ।