ବେଙ୍ଗାଲୁରୁ(ଏଯିଆର ବ୍ୟୁରୋ): ସାଉଥ୍ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ବିଜୟଙ୍କୁ ଆୟକର ବିଭାଗ ପକ୍ଷରୁ ପୁଣି ନୋଟିସ ଜାରି କରାଯାଇଛି । ଗତ ଫେବୃଆରୀ ୫ ତାରିଖରେ ବିଜୟଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ଚଢାଉ ସମୟରେ ବିଜୟଙ୍କ ଘରୁ ୭୭ କୋଟି ଟଙ୍କା ଜବତ ହୋଇଥିଲା ।
ଅମ୍ବୁ ଚେଝିଆନଙ୍କ ସହିତ ବିଜୟଙ୍କ ସମ୍ପର୍କ ଓ ଆୟକର ଟିକସ ଫାଙ୍କି ବାକୁ ନେଇ ଏଭଳି ନୋଟିସ ଜାରି କରାଯାଇଛି ବୋଲି ସୂଚନା ମିଳିଛି । ବିଜୟ ୧୮ ବର୍ଷରୁ ସାଉଥ୍ ଇଣ୍ଡଷ୍ଟ୍ରିରେ ଅଭିନୟ ଆରମ୍ଭ କରିଛନ୍ତି । ସାଉଥ୍ ଫିଲ୍ମରେ ବହୁ ବଡ ବଡ ହିଟ ଫିଲ୍ମ କରିଛନ୍ତି ବିଜୟ । ସାଉଥ୍ ଦର୍ଶକ ବିଜୟଙ୍କୁ ବହୁତ ଆଦର କରିବା ସହ ଭଲ ପାଆନ୍ତି ।