ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବଢିବାରେ ଲାଗିଛି । ତେବେ ଏହାରି ଭିତରେ ଏକ ଅଘଟଣ ଘଟିଛି । ଟ୍ରାଫିକ ଜାମ ଥିବାରୁ ଜଣେ ଶିଶୁର ଜୀବନ ଚାଲିଯାଇଛି । ସୂଚନା ଅନୁସାରେ ଏକ ଶିଶୁକୁ ଅମ୍ବୁଲାନ୍ସ ମାଧ୍ୟମରେ କ୍ୟାପିଟାଲ ହସ୍ପପିଟାଲରୁ ପଟିଆ ସ୍ଥିତ ଏକ ଘୋରେଇ ମୋଡିକାଲ କୁ ଅଣାଯାଉଥିଲା ।
ହେଲେ ପଟିଆ ଜୟଦେବ ବିହାର ରାସ୍ତାରେ ପ୍ରବଳ ଭିଡ ଥିବାରୁ ଅମ୍ବୁଲାନ୍ସଟି ଭିଡରେ ଫଶି ଯାଇଥିଲା । ଫଳରେ ଶୁଶୁଟିର ଜୀବନ ଚାଲିଯାଇଥଇଲା । ଶିଶୁକୁ ପ୍ରବଳ ବାନ୍ତି ହେଉଥିବାର ଜଣାପଡିଛି । ମୃତ ଶିଶୁଟିକୁ ପାଞ୍ଚ ବର୍ଷ ହେିଥିବାର ଜଣାପଡିଛି । ଶିଶୁର ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ, ଭିଡରୁ ବାହାରିବାକୁ ଟ୍ରାଫିକ ପୋଲିସ ମାନେ ସେମାନଙ୍କୁ କୌଣସି ପ୍ରକାରର ସହଯୋଗ କରି ନଥିଲେ ।