ବେଙ୍ଗାଲୁରୁ (ଏଟିଆର ବ୍ୟୁରୋ): ୨୦୨୧ ଇସ୍ରୋ ମହାକାଶକୁ ନିଜର ସ୍ୱଦେଶୀ ଜ୍ଞାନ କୌଶଳରେ ନିମିତ ଯାନ ‘ଗଗନୟାନ’ ପଠାଇବ । ତେବେ ଏହି ଗଗନୟାନରେ ବାୟୁସେନାର ୪ ପାଇଲଟ ଯାଉଥିବା ବେଳେ ସେବାନଙ୍କର ଟ୍ରେନିଂ ଆରମ୍ଭ ହୋଇଯାଇଛି । ବାୟୁସେନାର ଏହି ୪ ପାଇଲଟଙ୍କର ଟ୍ରେନିଂ ଋଷରେ ଆରମ୍ଭ ହୋଇଯାଇଛି । ସେଠାରେ ସେମାନଙ୍କୁ ବାୟୋମେଡିକାଲ, ଫିଜିକାଲ ପ୍ରାକ୍ଟିସେସ, ସୋୟୁଜ ମୃାନଡ ସ୍ପେସସିପ ସମ୍ବନ୍ଧରେ ଟ୍ରେନିଂ ପ୍ରଦାନ କରାଯିବ ।
ତେବେ ;ସେମାନଙ୍କୁ ଋଷ ପଠାଯିବା ପୂର୍ବରୁ ସେମାନଙ୍କ ସମସ୍ତ ପରୀକ୍ଷା ଇସ୍ରୋ ପକ୍ଷରୁ କରାଯାଇଛି । ସେମାନଙ୍କ ଟ୍ରେନିଂ ପାଇଁ ଋଷର ୟୁରି ଗାଗାରିନ ଷ୍ଟେଟ ସାଇଣ୍ଟଫିକ ରିସର୍ଚ୍ଚ ଆଣ୍ଡ ଟେଷ୍ଟିଂ କସ୍ମୋନଟ ଟ୍ରେନିଂ ସେଣ୍ଟରକୁ ପଠାଯାଇଛି । ଏଥିନିମନ୍ତେ ଇସ୍ରୋ ପକ୍ଷରୁ ୨୭ ଜୁନ ୨୦୧୯ରେ ବୁଝାମଣା ସ୍ୱାକ୍ଷରିତ କରାଯାଇଛି । ଗଗନୟାନକୁ ଜିଏସଏଲଭି ମ୍ୟାକ୍-୩ ରକେଟ୍ ଦ୍ୱାରା ମହାକାଶକୁ ପଠାଯିବ । ଏହାପୂର୍ବରୁ ଇସ୍ରୋ ୨୩ ଜାନୁଆରୀରେ ଗଗନୟାନରେ ଯିବାକୁ ଥିବା ହ୍ୟୁମାନଏଡ୍ ‘ଭ୍ୟୁମିତ୍ରା’ ଲଞ୍ଚ କରିଥିଲା ।