ଭୁବନେଶ୍ୱର (ଏଟିଆର ବ୍ୟୁରୋ) : ଭୁବନେଶ୍ୱରୁ ଦୁବାଇ ଯିବା ହୋଇପାରେ ସହଜ । ଆଉ ଅନ୍ୟ ରାଜ୍ୟକୁ ଯାଇ ଅଧିକ ଅର୍ଥ ଖର୍ଚ୍ଚ ନକରି ଦୁବାଇକୁ ଯାଇ ହେବ । ଭୁବନେଶ୍ୱରୁ ଦୁବାଇକୁ ବିମାନ ଚଳାଚଳ କରିବା ନିମନ୍ତେ ସସ୍ମିତ ପାତ୍ର ଦାବି କରିଛନ୍ତି । ଗତକାଲି ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ଚଳାଚଳ କରିବା ନିମନ୍ତେ ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ର ଗୃହରେ ଯୁକ୍ତି କରିଛନ୍ତି । ସେ କହିଛନ୍ତି , ଓଡିଶା ଏକ ପର୍ଯ୍ୟଟନ କ୍ଷେତ୍ର ହୋଇଥିବା ବେଳେ ଏଠାକୁ ବର୍ଷ ତମାନ ବିଭିନ୍ନ ଦେଶରୁ ପର୍ଯ୍ୟଟକମାନେ ଆସିଥାନ୍ତି ।
ତେବେ ଏହି ପର୍ଯ୍ୟଟକମାନଙ୍କୁ ଓଡିଶା ଆସିବାକୁ ହେଲେ ଦିଲ୍ଲୀ , ମୁମ୍ବାଇ ଭଳି ରାଜ୍ୟ ଦେଇ ଓଡିଶା ଆସିବାକୁ ପଡୁଛି ଯାହାଫଳରେ ସେମାନଙ୍କୁ ଅଧିକ ଅର୍ଥ ବ୍ୟୟ କରିବାକୁ ପଡୁଛି । ସେହିପରି ଦୁବାକୁ ଯିବାକୁ ଚାହୁଁଥିବା ଲୋକମାନଙ୍କୁ ମଧ୍ୟ ଅନ୍ୟ ରାଜ୍ୟ ଦେଇ ଦୁବାଇ ଯିବାକୁ ପଡୁଛି । ସେଥିପାଇଁ ବିଜୁ ପଟ୍ଟନାୟକ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରୁ ଦୁବାଇକୁ ସିଧାସଳଖ ବିମାନ ସେବା ଯୋଗାଇ ଦିଆଯାଉ । ତେବେ ସିଧାସଳଖ ବିମାନ ସେବା ଯୋଗାଇ ଦେବାକୁ ଏକାଧିକ ଅନ୍ତଃରାଷ୍ଟ୍ରୀୟ କମ୍ପାନୀ ଆଗ୍ରହ ପ୍ରକାଶ କରୁଛନ୍ତି। ହେଲେ ଏଠାରେ ବିମାନ ଅବତରଣର କିଛି କଟକଣା ରହିଥିବା କାରଣରୁ ବିମାନ କମ୍ପାନୀଗୁଡ଼ିକ ଉଡ଼ାଣ କରିପାରୁନାହାନ୍ତି।
ତେଣୁ ଭୁବନେଶ୍ୱରରୁ ଦୁବାଇ ମଧ୍ୟରେ ବିମାନସେବା ଯୋଗାଇ ଦିଆଗଲେ ଏହା ଅନ୍ୟ ରାଷ୍ଟ୍ରଗୁଡ଼ିକୁ ଯିବାଆସିବା କରିବାରେ ଯାତ୍ରୀମାନଙ୍କ ପାଇଁ ସହଜ ହେବ। ଯଦିଓ ଏବେ ଭୁବନେଶ୍ୱରରୁ ଏୟାର ଇଣ୍ଡିଆ ବିମାନ ମଧ୍ୟପ୍ରାଚ୍ୟ ରାଷ୍ଟ୍ରଗୁଡ଼ିକୁ ଭାୟା ଦିଲ୍ଲୀ ଦେଇ ଉଡ଼ାଣ କରୁଛି, ତାହା ଅଧିକ ବ୍ୟୟ ସାପେକ୍ଷ ଅଟେ। ତେଣୁ ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ସେବା ଯୋଗାଇଦେବାକୁ କେନ୍ଦ୍ର ସରକାର ଓ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ତୁରନ୍ତ ନିଷ୍ପତ୍ତି ନେବାକୁ ସସ୍ମିତ କହିଛନ୍ତି।