ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏବେ ରୋଗୀଙ୍କ ପାଇଁ ଖୋଲିବ ଭୁବନେଶ୍ୱରର ଏମ୍ସ ଓପିଡି । କରୋନା ଦ୍ୱିତୀୟ ଲହରର ସଂକ୍ରମଣ ହ୍ରାସ ପାଇବା ପରେ ଆସନ୍ତା ୨୮ ତାରିଖରୁ ଖୋଲିବାକୁ ଯାଉଛି ଏମ୍ସ ଓପିଡି । ଏଣିକି ଓପିଡିରେ ଦେଖାଇ ପାରିବେ ଅଣକୋଭିଡ ରୋଗୀ ।
ଏମ୍ସରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ସଂକ୍ରମିତ ହେବା ସହ ଏମ୍ସରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେବା ପରେ ରୋଗୀଙ୍କ ଚିକିତ୍ସା ପାଇଁ ଏପ୍ରିଲ ୨୬ ରୁ ଓପିଡି ବନ୍ଦ ରଖାଯାଇଥିଲା । ଦୀର୍ଘ ୨ ମାସ ପରେ ଏବେ ଖୋଲିବାକୁ ଯାଉଛି ଓପିଡି । ସବୁଠାରୁ ବଡ କଥା ହେଲା ଓପିଡି ଖୋଲା ହେବା ପରେ ମଧ୍ୟ ଏମ୍ସର ଟେଲି ମେଡିସିନ୍ ସେବା ଜାରି ରହିବ ।