ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଜୀବନ ପରେ ଜୀବନ ନେଇ ଚାଲିଛି ଏହି ନିଷ୍ଠୁର ଭାଇରସ । ଏହି ଅଦୃଶ୍ୟ ଭୁତାଣୁ ଅନେକ ସାମ୍ବାଦିକଙ୍କ ଜୀବନ ନେଇ ସାରିଥିବା ବେଳେ ଏବେ ପୁଣି ଜଣେ ବରିଷ୍ଠ ସାମ୍ବାଦିକଙ୍କ ଜୀବନ ନେଇଛି । କରୋନାରେ ସଂକ୍ରମିତ ହୋଇ ବରିଷ୍ଠ ସାମ୍ବାଦିକ ତଥା ଲ୍ଖେକ ବସନ୍ତ ଦାସ ପ୍ରାଣ ହରାଇଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ୮୧ ବର୍ଷ ବୟସରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ମୃତ୍ୟୁ ଖବର ସମସ୍ତଙ୍କ ସ୍ତବ୍ଧ କରିଦେବା ସହ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।
ଗତ ୧୬ ତାରିଖରେ କରୋନାରେ ସଂକ୍ରମିତ ହେବା ପରେ ସେ ହୋମ ଆଇସୋଲେସନରେ ରହିଥିଲେ । କିନ୍ତୁ ଧୀରେ ଧୀରେ ତାଙ୍କ ସ୍ୱାସ୍ଥୃବସ୍ଥା ଖରାପ ହେବାରୁ ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଚିିକିତ୍ସା ଚାଲିଥିଲା । ହେଲେ ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।