ଗଞ୍ଜାମ (ଏଟିଆର ବ୍ୟୁରୋ) : ଆସ୍ଥା, ବିଶ୍ୱାସ ଓ ଆତ୍ମଶାନ୍ତି ପାଇବା ପାଇଁ ଭକ୍ତ ମନ୍ଦିରକୁ ଯାଇ ଭଗବାନଙ୍କର ଦର୍ଶନ କରିଥାଏ । ହେଲେ ବିଭିନ୍ନ ସମୟରେ ଏପରି କିଛି ଘଟଣା ଘଟେ ଯାହାଫଳରେ ଭକ୍ତଟିଏ ମନ୍ଦିର ଯିବାକୁ ମଧ୍ୟ ଡରିଥାଏ । ଅନେକ ସମୟରେ ଅଭିଯୋଗ ଆସିଥାଏ ଯେ ଭକ୍ତଙ୍କୁ ସେବାୟତମାନେ ଦୁର୍ବ୍ୟବହାର କରୁଛନ୍ତି ବୋଲି । ଯାହାଫଳରେ ଭକ୍ତର ମନରେ ମନ୍ଦିର ଯିବା ପ୍ରତି ଏକ ଅସନ୍ତୋଷ ମନଭାବ ସୃଷ୍ଟି ହୋଇଥାଏ । ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଭାବର ମାଧ୍ୟମ ପାଲଟିଥିବା ସେବାୟତ ଯେତେ ବେଳେ ଅମାନବୀୟ ହୋଇଯାଏ ସେତେବେଳେ ଭକ୍ତ ମନରେ ଅସନ୍ତୋଷ ଭାବ ସୃଷ୍ଟି ହୋଇଥାଏ । ତେବେ ସେହିଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଁ ତାରା ତାରଣୀ ପୀଠରେ । ଯେଉଁ ଠାରେ ସାମାନ୍ୟ ଦକ୍ଷିଣା ପାଇଁ ଭକ୍ତଙ୍କୁ ହାଣିଲେ ସେବାୟତ ।
ସୂଚନାନୁଯାୟୀ, ଗତକାଲି ଅପରାହ୍ନରେ ଗଞ୍ଜାମ ଜିଲ୍ଲାର ପବିତ୍ର ଶକ୍ତିପୀଠ ମାଁ ତାରା ତାରିଣୀଙ୍କ ପୀଠରେ କୋଦଳା ଅଞ୍ଚଳର ନାରାୟଣ ପ୍ରଧାନ ଓ ସୁଦାମ ମହାରଣର ନିଜ ସାଥିଙ୍କ ସହ ବସ ପୂଜା ନିମନ୍ତେ ମାଆ ତାରତାରିଣୀଙ୍କ ପୀଠକୁ ଆସିଥିଲେ । ହେଲେ ସେଠାରେ ପୂଜାଅର୍ଚ୍ଚନା ସରିବା ପରେ ସେବକ ୫ହଜାର ଟଙ୍କା ଦକ୍ଷଣା ବାବଦକୁ ଅର୍ଥ ଦାବି କରିଥିଲେ କିନ୍ତୁ ଏତେ ଟଙ୍କା ଦେବାକୁଚ ମନା କରିବାରୁ ଉଭୟଙ୍କ ମଧ୍ୟରେ ବଚସା ଓ କଥା କଟାକଟି ହୋଇଥିଲା । ପରେ ସେବାୟତ ଜଣକ ମନ୍ଦିରରେ ପୂଜା କରୁଥିବା ଅନ୍ୟ ସେବାୟତଙ୍କୁ ଡାକି ଥିଲା ଏହା ପରେ ପାଖରେ ରଖିଥିବା ଏକ ଖଣ୍ଡାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଦୁଇ ଜଣ ସେବାୟତଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଛି ।