ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ସରକାର ଆଣଲେ ଖୁସି ଖବର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏବେ ରାଜ୍ୟ ସରକାରଙ୍କ ଅଧିନରେ ଥିବା ସମସ୍ତ ସରକାରୀ କର୍ମଚାରୀଙ୍କ ୫ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ସମସ୍ତ ସରକାରୀ କର୍ମଚାରୀଙ୍କ ୫ ପ୍ରତିଶତ ଡିଏ ପ୍ରଦାନ ପାଇଁ ଅନୁମୋଦନ କରିବା ସହ ଏହାକୁ ୨୦୨୦ ଜାନୁଆରୀ ୧ରୁ ପିଛିଲା ଭାବେ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ତେବେ ପୂର୍ବରୁ ରାଜ୍ୟ ସରକାର ସପ୍ତମ ବେତନ କମିଶନ ଦ୍ୱାରା ଲାଗୁ ବକେୟା ଦରମାର ୧୦ ପ୍ରତିଶତ ପ୍ରଦାନ ପାଇଁ ଅନୁମୋଦନ ପ୍ରଦାନ କରିଥିଲେ । ହେଳେ ଆଜି ବକେୟା ଦରମାର ୧୦ ପ୍ରତିଶତ ସହ ମହଙ୍ଗା ଭତ୍ତାର ୫ ପ୍ରତିଶତ ଦେଇ ସମସ୍ତ ସରକାରୀ କର୍ମଚାରୀଙ୍କ ମଧ୍ୟରେ ଖୁସିର ବାର୍ତ୍ତା ବରଣ ସୃଷ୍ଟି କରିଛନ୍ତି ।