ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ଗତ କିଛି ଦିନ ହେବ ଶିଶୁ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଦୌନିକ ୧୦୦ ରୁ ଉଦ୍ଧ୍ୱର୍ ଶିଶୁ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି ଯାହା ଏବେ ଚିନ୍ତାର ବିଷୟ ପାଲଟିଛି । ତୃତୀୟ ଲହରୀରେ ଛୋଟ ପିଲାମୋନେ ଅଧିକ ଆକ୍ରାନ୍ତ ହେବେ ବୋଲି ସ୍ୱାସ୍ଥ୍ୟ ବିଭାଗ ବିଶେଷଞ ମତ ଦେଉଥିବା ବେଳେ ଭୟଭୀତ ହୋଇପଡୁଛନ୍ତି ଅଭିଭାବକ । ତେବେ ଏହି ଶିଶୁଙ୍କ ସଂକ୍ରମଣକୁ ନେଇ ଅତଙ୍କିତ ବା ଭୟ ନକରିବା ପାଇଁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।
ରାଜ୍ୟ ସରକାର ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ସବୁ କରିଛନ୍ତି ଏବଂ କରୋନା ମହାମାରୀର ତୃତୀୟ ଲହରୀର ମୁକାବିଲା କରିବା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛନ୍ତି ବୋଲି ଜନସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ କହିଛନ୍ତି ।
ଶିଶୁମାନେ କରୋନା ସଂକ୍ରମିତ ହେବା ପରେ ତାଙ୍କ ପାଖରେ ଏତେ ମାତ୍ରାରେ ସିଭିୟରିଟି ଦେଖାଯାଇ ନାହିଁ । ତେଣୁ ଡାକ୍ତରଖାନା ଯିବା ପିଲାଙ୍କ ସଂଖ୍ୟା ବହୁତ କମ୍ । ତୃତୀୟ ଲହରୀରେ ମାତ୍ର ୫-୬% ପ୍ରତିଶତ ପିଲା ଡାକ୍ତରଖାନା ଯାଇପାରନ୍ତି କିମ୍ବା ଗୁରୁତର ହୋଇପାରନ୍ତି ବୋଲି କେନ୍ଦ୍ର ଆକଳନ କରୁଛି ।ତେଣୁ ବର୍ତ୍ତମାନଠାରୁ ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ ।
ଏହା ବ୍ୟତୀତ ଡାକ୍ତର ସିବିକେ ମହାନ୍ତି କହିଛନ୍ତି ଶିଶୁଙ୍କ ସଂକ୍ରମଣ ରୋକିବା ପାଇଁ ଅଭିଭାବକ ଓ ଶିକ୍ଷକଙ୍କୁ ସତର୍କ ରହିବା ପାଇଁ ପଡିବ । ଅଭିଭିବାକ , ଶିକ୍ଷକ ଓ ପାଖ ପଡୋଶୀ ଯତ୍ନଶୀଳ ହେଲେ ଶିଶୁମାନନେ ସୁରକ୍ଷିତ ରହିପାରିବେ । ତେବେ ୧୮ ବର୍ଷରୁ କମ ବୟସର ପିଲମାନଙ୍କ ଚିକିତ୍ସା ପାଇଁ ଡାକ୍ତରମାନଙ୍କୁ ସ୍ୱତନ୍ତ୍ର ଟ୍ରେନିଂ ମଧ୍ୟ ଦିଆଯାଇଥିବାବେଳେ ହସ୍ପିଟାଲଠାରୁ ଆରମ୍ଭ କରି ବେଡ, ଅକ୍ସିଜେନ,ଔଷଧ ସବୁ କିଛି ପ୍ରସ୍ତୁତ ରଖାଯାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତିି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024